କୁକୁର ମଲେ ଶୋକ ପ୍ରକାଶ କରୁଛ, କିନ୍ତୁ.. କେନ୍ଦ୍ରକୁ ପୁଣି ଟାର୍ଗେଟ କଲେ ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

କୁକୁର ମଲେ ଶୋକ ପ୍ରକାଶ କରୁଛ, କିନ୍ତୁ.. କେନ୍ଦ୍ରକୁ ପୁଣି ଟାର୍ଗେଟ କଲେ ରାଜ୍ୟପାଳ

ଜୟପୁର: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚାଷୀଙ୍କ ସମସ୍ୟା ଓ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ନେଇ ସେ କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି। ଏଥିସହ ତାଙ୍କୁ ଯଦି କେହି ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ କୁହାଯିବ, ତା’ହେଲେ ବି ସେ ଡରିବେ ନାହିଁ ବୋଲି କହିଛନ୍ତି।

ଜୟପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଦିଲ୍ଲୀରେ ଥିବା ନେତାମାନେ ଗୋଟିଏ କୁକୁର କେଉଁଠି ମରିଗଲେ ତୁରନ୍ତ ଶୋକ ପ୍ରକାଶ କରିପକାଉଛନ୍ତି। ହେଲେ କୃଷି ଆଇନକୁ ବିରୋଧ କରି ୬୦୦ରୁ ଅଧିକ ଚାଷୀ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ମୁହଁରୁ ପଦେ କଥା ବାହାରୁନି। ସରକାରରେ ଥିବା ଅନେକ ଲୋକ ଚାଷୀଙ୍କ ସପକ୍ଷରେ ରହିଛନ୍ତି। କିନ୍ତୁ ଦୁଇରୁ ୩ ଜଣ ବେଶ ଅହଂକାରୀ। ସେମାନଙ୍କ ପାଇଁ ଚାଷୀମାନେ ଆଜି ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି।

ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ହିଁ ଭେଟରାନ ବିଜେପି ନେତା ସତ୍ୟପାଲ ମଲିକଙ୍କୁ ଜମ୍ମୁ-କଶ୍ମୀର, ଗୋଆ ଓ ପରେ ମେଘାଳୟ ରାଜ୍ୟପାଳ କରାଯାଇଛି। ତଥାପି ସେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାର ନଜିର ରହିଛି।

ଏବେ ସେ ଜୟପୁର୍‌ରେ ଜାଠ୍‌ ସଂପ୍ରଦଦାୟର ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ କେନ୍ଦ୍ର ଓ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଦିଲ୍ଲୀର ନେତାମାନଙ୍କୁ ଟାର୍ଗେଟ କରି ଯଦି ମୋ ରାଜ୍ୟପାଳ ପଦ ଯିବ, ତା’ହେଲେ ବି ମୁଁ ଡରିନି। ମୋତେ ଯେତେବେଳେ ବି ରାଜ୍ୟପାଳ ପଦ ଛାଡ଼ିବାକୁ କୁହାଯିବ, ମୁଁ ତୁରନ୍ତ ଇସ୍ତଫା ଦେଇଦେବି।

ଦିଲ୍ଲୀରୁ ଆନ୍ଦୋଳନରତ ଚାଷୀମାନେ କେବେ ହେଲେ ଖାଲି ହାତରେ ଫେରିବେ ନାହିଁ। ସେମାନେ ସଫଳତା ପାଇବା ପରେ ଯାଇ ଫେରିବେ। ଏମଏସ୍‌ପି ପ୍ରସଙ୍ଗକୁ ଗୁରୁତ୍ୱ ଦେଲେ ଚାଷୀ ଆନ୍ଦୋଳନର ସମାଧାନ ହୋଇପାରିବ। ସଂସଦରେ ନୂଆ କୃଷି ଆଇନ ପାରିତ ହେବା ପୂର୍ବରୁ ହରିୟାଣାର ପାନିପତରେ ଆଦାନୀ ଗ୍ରୁପ ଗୋଦାମ ତିଆରି କରିଥିଲା।”

ଏହାବାଦ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ଯଦି କେନ୍ଦ୍ର ସରକାର ନୂଆ ସଂସଦ ବିଲଡିଂ ବଦଳରେ ଅତ୍ୟାଧୁନିକ କଲେଜ ତିଆରି କରିଥାଆନ୍ତେ, ତା’ହେଲେ ଦେଶରେ ଶିକ୍ଷାର ମାନ ବୃଦ୍ଧି ହୋଇପାରନ୍ତା ବୋଲି ଶ୍ରୀ ମଲିକ କହିଛନ୍ତି।

The post କୁକୁର ମଲେ ଶୋକ ପ୍ରକାଶ କରୁଛ, କିନ୍ତୁ.. କେନ୍ଦ୍ରକୁ ପୁଣି ଟାର୍ଗେଟ କଲେ ରାଜ୍ୟପାଳ appeared first on Odisha Reporter.



from Odisha Reporter https://ift.tt/3mVw0XY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages