ପିଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ, ରାଣୀ ରାମପାଲଙ୍କୁ ପଦ୍ମଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ପିଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ, ରାଣୀ ରାମପାଲଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପାଇଲେ ପଦ୍ମ ଭୂଷଣ ପୁରସ୍କାର। ଆଜି ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାରରେ ସମ୍ମାନୀତ କରିଛନ୍ତି। ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ଥିଲେ।

ଗତ ବର୍ଷ ପିଭି ସିନ୍ଧୁ ବିଶ୍ୱ ଚାମ୍ପିଅନସିପ୍ ଜିତିଥିଲେ। ସେ ଏଭଳି କରିବାରେ ପ୍ରଥମ ଭାରତୀୟ ଖେଳାଳି ଅଟନ୍ତି। ୨୦୧୬ରେ ରିଓରେ ଆୟୋଜିତ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ଜିତିଥିଲେ। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।  ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଥିଲେ। ଏଥିସହ ପିଭି ସିନ୍ଧୁ ଦୁଇଟି ଅଲିମ୍ପିକ୍‌ ମେଡାଲ ଜିତିଥିବା ପ୍ରଥମ ଭାରତୀୟ ମହିଳା ଏବଂ ଦ୍ୱିତୀୟ ଖେଳାଳି ଅଟନ୍ତି।

ନିକଟରେ ଟୋକିଓ ଅଲିମ୍ପିକ୍ସରେ ଦଳର ନେତୃତ୍ୱ ନେଇଥିବା ମହିଳା ହକି ଦଳର କ୍ୟାପଟେନ୍‌ ରାଣୀ ରାମପାଲଙ୍କୁ ପଦ୍ମଶ୍ରୀ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି। ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଥିବା ପଦ୍ମଶ୍ରୀ ରାନୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ବ୍ରିଟେନଠାରୁ ୩-୪ ଗୋଲରେ ପରାସ୍ତ ହୋଇଥିଲା। ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଏହାଥିଲା ସର୍ବୋତ୍ତମ ପ୍ରଦର୍ଶନ।

ସେହିପରି ଭାରତୀୟ କ୍ରିକେଟର ଜାହିର ଖାନ୍‌, ଫୁଟବଲ ଖେଳାଳି ବେମବେମ ଦେବୀ, ପୂର୍ବତନ ହକି ଖେଳାଳି ଏମ୍‌ ପି ଗଣେଶ, ତୀରନ୍ଦାଜ ତରୁଣଦୀପ ସିଂହ, ଅଲିମ୍ପିକ ମେଡାଲିଷ୍ଟ ଜିତୁ ରୟଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏଥିସହ ଭାରତର ୬ଥର ୱାର୍ଲ୍ଡ ଚାମ୍ପିଅନ ଏମ୍‌ସି ମେରିକମ୍‌ଙ୍କୁ ମଧ୍ୟ ପଦ୍ମ ବିଭୂଷଣରେ ସମ୍ମାନୀତ କରାଯିବ।

The post ପିଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ, ରାଣୀ ରାମପାଲଙ୍କୁ ପଦ୍ମଶ୍ରୀ appeared first on Odisha Reporter.



from Odisha Reporter https://ift.tt/31Hvch9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages