ମୁମ୍ବାଇ: ବଲିଉଡର ବାଜିରାଓ ଓରଫ ରଣବୀର ସିଂହ। ୧୯୮୩ର କ୍ରିକେଟ ୱାର୍ଲ୍ଡ କପ୍ର ସ୍ମୃତିକୁ କରିଦେଲେ ତାଜା। କ୍ରିକେଟ୍ ପିଚ୍ରେ ଦେଖାଇଲେ ଦମ୍। ଭାରତୀୟ କ୍ରିକେଟ ଟିମ୍ର ସେହି ଐତିହାସିକ ମହୂର୍ତ୍ତକୁ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆଣିଲେ।
ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘୮୩’ର ଟ୍ରେଲର। ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ରଣବୀରଙ୍କ ଦେଖିବାକୁ ମିଳିଛି ଜବରଦସ୍ତ ଅଭିନୟ। ଟ୍ରେଲରର ପ୍ରଥମ ପାର୍ଟରେ ସମସ୍ତ ଭାରତୀୟ କ୍ରିକେଟ ଟିମ୍ ୱାର୍ଲ୍ଡ କପ୍ ଜିତିବା ପାଇଁ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଛି।
ପରେ ଦ୍ୱିତୀୟ ପାର୍ଟରେ ୱେଷ୍ଟ ଇଣ୍ଡିଜ୍ ଟିମ୍କୁ କପିଲ ଦେବ କିଭଳି ଧୂଳି ଚଟାଉଛନ୍ତି ତାହା ଦର୍ଶାଯାଇଛି। ତେବେ ବିଜୟ ପୂର୍ବରୁ ଭାରତୀୟ ଦଳ ଏବଂ ସେମାନଙ୍କ ପରିବାରକୁ କିଭଳି ଦୁଃଖ ଏବଂ ସଂଘର୍ଷର ସମ୍ମୁଖୀନ ହେବାକୁ ପଡୁଛି ତା’ର ଝଲକ୍ ମଧ୍ୟ ଏହି ଟ୍ରେଲର୍ରେ ନଜର ଆସିଛି।
କବିର ଖାନ୍ଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମର ଲିଡ୍ ରୋଲରେ ରଣବୀର ସିଂହ ଅଛନ୍ତି। ତାଙ୍କୁ ଏଥିରେ କପିଲ ଦେବଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସେହିପରି ଦୀପିକା ପାଦୁକୋନ୍ କପିଲ ଦେବଙ୍କ ସ୍ତ୍ରୀ ରୋମି ଚରିତ୍ରରେ ନଜର ଆସିବେ।
ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ବ୍ୟାନ୍ର୍ରେ ତିଆରି ‘୮୩’ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମଲୟାଲମ ଭାଷାରେ ଆସନ୍ତା ଡିସେମ୍ବର ୨୪ରେ ବଡ ପରଦାରେ ରିଲିଜ ହେବ।
The post କ୍ରିକେଟରଙ୍କ ସ୍ମୃତି ତାଜା କରିଦେଲେ ରଣବୀର appeared first on Odisha Reporter.
from Odisha Reporter https://ift.tt/3rmHSob
No comments:
Post a Comment