ଚଣ୍ଡିଗଡ଼: ତେଲ ଦର କମାଇଲେ ପଞ୍ଜାବ ସରକାର। ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ଲିଟର ପିଛା ୧୦ ଟଙ୍କା ଏବଂ ୫ ଟଙ୍କା ହ୍ରାସ କରିବାକୁ ପଞ୍ଜାବ ସରକାର ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରିରୁ ଏହି ନୂତନ ଦର ଲାଗୁ ହେବ। ଭାଟ୍ ହ୍ରାସ ଘୋଷଣା ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ରାଜ୍ୟ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରାଯାଇଛି।
ପଞ୍ଜାବ ମନ୍ତ୍ରୀ ମନପ୍ରୀତ ସିଂ ବାଦଲ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପରେ ରାଜ୍ୟ ସରକାର ବାର୍ଷିକ ୯୦୦ କୋଟି ଟଙ୍କା କ୍ଷତି ସହିବେ। ତୈଳ ଉପରେ ଆଦାୟ କରାଯାଉଥିବା ଏକ୍ସାଇଜ୍ ଡ୍ୟୁଟି କେନ୍ଦ୍ର ସରକାର ହ୍ରାସ କରାଯିବା ପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି।
ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ। ଏହାପରେ ଭାଟ ହ୍ରାସ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
The post ପେଟ୍ରୋଲ ୧୦ ଟଙ୍କା ଏବଂ ଡିଜେଲ ୫ ଟଙ୍କା କମାଇଲା ଏହି ରାଜ୍ୟ appeared first on Odisha Reporter.
from Odisha Reporter https://ift.tt/306AHWa
No comments:
Post a Comment