ଚେନ୍ନାଇ: ଚେନ୍ନାଇରେ ବର୍ଷା ବିପ୍ତାତ। ମୂଷଳ ଧାରାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସହରର ବିଭିନ୍ନ ଜାଗାରେ ପାଣି ଜମି ରହିଛି। ୨୦୧୫ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ ପାଣିରେ ବୁଡ଼ି ରହିଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି।
ନଭେମ୍ବର ୧୦ ଏବଂ ୧୧ ଦୁଇ ଦିନ ଧରି ତାମିଲନାଡୁର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ଗତ ୧୦ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୪ ସେମି ବର୍ଷା ରେକର୍ଡ କରାଯାଇଛି। ଚେମ୍ବରବାକ୍କାମ ହ୍ରଦରୁ ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ବିଚାର କରାଯାଉଛି। ଆନ୍ନା ନଗର ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍ କହିଛନ୍ତି ଯେ, ମିଲାପୋରରେ ୨୨୬ ମିମି, ଅମ୍ବାଟୁରରେ ୨୦୫ ମିମି ବର୍ଷା ରେକର୍ଡ଼ କରାଯାଇଛି। ୨୦୧୫ ମସିହାରୁ ସର୍ବାଧିକ ବର୍ଷା ହୋଇଛି। ଆରବ ସାଗରରେ ଏକ ଲୋ ପ୍ରେସର ସୃଷ୍ଟି ହୋଇଥିବାରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି।
The post ଚେନ୍ନାଇରେ ୧୫ ବର୍ଷର ରେକର୍ଡ଼ ଭାଙ୍ଗିଲା ବର୍ଷା appeared first on Odisha Reporter.
from Odisha Reporter https://ift.tt/2YrKyoK
No comments:
Post a Comment