ପ୍ରସନ୍ନଙ୍କ ଉପରେ ଲକ୍ଷ୍ମୀ ଏତେ ପ୍ରସନ୍ନ ହେଲେ କିପରି ? ଠାବ ହେଲାଣି ୭ କୋଟିର ସମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ପ୍ରସନ୍ନଙ୍କ ଉପରେ ଲକ୍ଷ୍ମୀ ଏତେ ପ୍ରସନ୍ନ ହେଲେ କିପରି ? ଠାବ ହେଲାଣି ୭ କୋଟିର ସମ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଥିଲା କନଷ୍ଟେବଳ । ହେଲେ ଠୁଳ କରିଥିଲେ ଅମାପ ସମ୍ପତ୍ତି । ନିଜ ଆୟଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି  ଠୁଳ କରିଥିଲେ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରା। ଭିଜିଲାନ୍ସ ରେଡ ବେଳେ ତାଙ୍କ ମାଲିକାନାରେ ଥିବା ପ୍ରାୟ ୭କୋଟିର ଅମାପ ସମ୍ପତ୍ତି ଠାବ ହୋଇଛି । ପ୍ରସନ୍ନଙ୍କ ଉପରେ ମା’ ଲକ୍ଷ୍ମୀ ଏତେ ପ୍ରସନ୍ନ କିପରି ହେଲେ, କିପରି ସେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହେଲେ ତାହାର ସନ୍ଧାନ କରୁଛି ଭିଜିଲାନ୍ସ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରେସ୍ ନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କଠାରୁ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି  । ଭିଜିଲାନ୍ସ ପକ୍ଷରୁ ପଚରାଉଚରା ବେଳେ  ବିପୁଳ ସମ୍ପତ୍ତି ଠୁଳ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି ପ୍ରସନ୍ନ ।

ଆୟ  ବହିର୍ଭୂତ ସମ୍ପତ୍ତି ସ୍ପଷ୍ଟ ହେବା ପରେ ପ୍ରସନ୍ନ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି  । ଏଥିସହ ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୁଆ ସୂଚନା ଦେଇଛନ୍ତି । ପ୍ରସନ୍ନଙ୍କ ସମ୍ପତ୍ତିର ମୂଲ୍ୟାୟନ ନେଇ ଆଉ ଅଧିକ ଖୋଳତାଡ଼ ଜାରି ରହିଛି।

ପ୍ରସନ୍ନଙ୍କ ଫର୍ର୍ଣିଚର ସୋ’ ରୁମ୍‌।

ଏନେଇ ଚଢ଼ାଉରେ ସାମିଲ ହୋଇଥିବା ଭିଜିଲାନ୍ସ ଏସ୍‌ପି କହିଛନ୍ତି, ପ୍ରସନ୍ନଙ୍କ ନିକଟରୁ ବହୁ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ବାହାରିଛି। ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯାଇନି।

ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାକୁ ଆସିଥିଲା ହୋଟେଲ୍ ସାଉଥ୍ ସିଟି। ଏହି ହୋଟେଲ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ପ୍ରସନ୍ନ ବେହେରାଙ୍କ ଭାଇଙ୍କ ନାଁରେ ରହିଥିଲା। ବାର୍ ଲାଇସେନ୍ସ ସେପ୍ଟେମ୍ୱର ମାସରୁ ସରି ଯାଇଥିବା ସତ୍ତ୍ୱେ ସେଠାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ନାଚଗୀତର ଆସର।

ଉକ୍ତ ହୋଟେଲର ଲାଇସେନ୍ସ ପ୍ରଦ୍ୟୁମ୍ନ ଜେନାଙ୍କ ନାଁରେ ରହିଥିଲା। ହେଲେ ସେ ବାର୍‌ ଚଳାଇ ପାରୁନଥିବାରୁ ପ୍ରସନ୍ନ ଲିଜ୍‌ରେ ନେଇ ନିଜ ଭାଇ ନାଁରେ ଏହାକୁ ଚଳାଉଥିଲେ। ବିନା ଲାଇସେନ୍ସ ଓ କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ବାର୍ ଚଳାଉଥିବା ମାମଲା  ସାମ୍ନାକୁ ଆସିବା ପରେ ପ୍ରସନ୍ନଙ୍କୁ ନିଲମ୍ୱିତ କରାଯାଇଥିଲା। ଏହାପରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଏବଂ ୫ଟି ଫୌଜଦାରୀ ମାମଲା ରହିଥିଲା।

 

The post ପ୍ରସନ୍ନଙ୍କ ଉପରେ ଲକ୍ଷ୍ମୀ ଏତେ ପ୍ରସନ୍ନ ହେଲେ କିପରି ? ଠାବ ହେଲାଣି ୭ କୋଟିର ସମ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3GPRPAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages