ନୱାବ ବନାମ ଦେବେନ୍ଦ୍ର, ଦୀପାବଳି ପରେ ବୋମା ଫୁଟାଇବେ ଫଡନାଭିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ନୱାବ ବନାମ ଦେବେନ୍ଦ୍ର, ଦୀପାବଳି ପରେ ବୋମା ଫୁଟାଇବେ ଫଡନାଭିସ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ତେଜୁଛି ରାଜନୀତି। ଏନ୍‌ସିପି ନେତା ନୱାବ ମଲିକ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେ ମୁହାଁମୁହିଁ ହୋଇଛନ୍ତି। ଭଭୟଙ୍କ ମଧ୍ୟରେ ଚାଲିଛି ତୁ ତୁ ମେଁ ମେଁ। ଜଣେ ଅଭିଯୋଗ ଆଣିବା ପରେ ଆଉ ଜଣେ ବି କରିଛନ୍ତି ପାଲଟା ଅଭିଯୋଗ।

ସୋମବାର ନୱାବ ମଲିକ ଟ୍ୱିଟ୍‌ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି। ଡ୍ରଗ୍ସ ପେଡ୍‌ଲରଙ୍କ ସହ ତାଙ୍କ ସମ୍ପର୍କ ଥିବା ସେ ଅଭିଯୋଗ ଆଣିଛନ୍ତି। ଟ୍ୱିଟ କରି ନୱାବ ମଲିକ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଦେବେନ୍ଦ୍ର ଫଡନାଭିସ, ତାଙ୍କ ପତ୍ନୀ ଅମୃତା ଫଡନାଭିସ ଏବଂ ଡ୍ରଗ୍ସ କାରବାର ମାମଲାରେ ବର୍ତ୍ତମାନ ଜେଲ୍‌ରେ ଥିବା ଜୟଦୀପ ରାଣା ନଜର ଆସିଛନ୍ତି।

ଏହି ଡ୍ରଗ୍ସ ପେଡ୍‌ଲରଙ୍କ ସହ ବିଜେପି ନେତା ଫଡନାଭିସଙ୍କ ସମ୍ପର୍କ ଥିବା ନୱାବ ମଲିକ ଟ୍ୱିଟରରେ ଅଭିଯୋଗ କରିଛନ୍ତି। ଜୟଦୀପ ଫଡନାଭିସଙ୍କ ପତ୍ନୀଙ୍କ ପ୍ରସିଦ୍ଧ ରିଭର ଗୀତ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଫଡନାଭିସ୍‌ଙ୍କ କାର୍ଯ୍ୟକାଳ ମଧ୍ୟରେ ଡ୍ରଗ୍ସ କାରବାର ମଧ୍ୟ ବୃଦ୍ଧି ପାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ନୱାବ ମଲିକଙ୍କ ଏହି ଅଭିଯୋଗ ପରେ ଫଡନାଭିସ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ତାଙ୍କୁ ଜବାବ ଦେଇ ଫଡନାଭିସ୍ କହିଛନ୍ତି ଯେ ତାଙ୍କ ପତ୍ନୀ ଅମୃତା ଏବଂ ଡ୍ରଗ୍ ବେପାରୀ ଜୟଦୀପ ରାଣାଙ୍କ ସହ ଶେୟାର କରାଯାଇଥିବା ଫଟୋ ୪ ବର୍ଷ ପୁରୁଣା। ୪ ବର୍ଷ ପରେ ଏବେ କାହିଁକି ଏହି ଫଟୋ କଥା ମନେ ପଡିଲା ବୋଲି ଫଡନାଭିସ ମଲିକଙ୍କୁ ପ୍ରଶ୍ନ ପଚାରିଛନ୍ତି। ଏଥିସହ ଜୟଦୀପ ରାଣାଙ୍କ ସହ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ଜୟଦୀପ ରାଣା ହେଉଛନ୍ତି ସେହି ବ୍ୟକ୍ତି ଯାହାକୁ ଏନ୍‌ସିବି ଚଳିତ ବର୍ଷ ଡ୍ରଗ୍ସ କାରବାର ମାମଲାରେ ଗିଫର କରିଥିଲା। ଏବେ ସେ ଜେଲ୍‌ରେ ଅଛନ୍ତି।

ଏଥିସହ ଫଡନାଭିସ ଏନ୍‌ସିପି ନେତାଙ୍କ ନାଁରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ନବାବ ମଲିକଙ୍କ ଅଣ୍ଡରୱାର୍ଲ୍ଡ ସହିତ ଲିଙ୍କ ଅଛି। ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାୱାରଙ୍କୁ ଦେବେ। ଦୀପାବଳି ପରେ ବୋମା ଫୁଟିବ ବୋଲି ସେ କହିଛନ୍ତି।

ସେପଟେ ଫଡନାଭିସଙ୍କ ଏହି ଅଭିଯୋଗ ଉପରେ ନୱାବ ମଲିକଙ୍କ ସ୍ପଷ୍ଟୀକରଣ ଆସିଛି। ଆସନ୍ତାକାଲି (ମଙ୍ଗଳବାର) ଫଡନାଭିସଙ୍କ ଅଭିଯୋଗ ଉପରେ ସେ ସଫେଇ ରଖିବେ ବୋଲି କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଜାତୀୟ ଅନୁସୂଚିତ ଜାତି ଜନଜାତି କମିଶନ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ  ଜାତି ପ୍ରମାଣପତ୍ରକୁ ନେଇ ଉଠାଯାଇଥିବା ପ୍ରଶ୍ନର ଅନ୍ତ ଘଟାଇଛନ୍ତି। ତାଙ୍କୁ ଏହି ମାମଲାରେ ସେ କ୍ଲିନ୍‌ଚିଟ୍‌ ଦେଇଛନ୍ତି।  ତେବେ ଏନସିପି ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୱାବ ମଲିକ ଏହି କ୍ଲିନ୍‌ଚିଟ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଅନୁସୂଚିତ ଜାତିସଂଘର ଜାତୀୟ ଆୟୋଗର ଡେପୁଟି ଚେୟାରମ୍ୟାନ୍ ତଥା ବିଜେପି ନେତା ଅରୁଣ ହାଲଦରଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସୂଚନା ମୁତାବକ, ଏନସିବିର ଭିଜିଲାନ୍ସ ଟିମ୍‌ ଗୋଟିଏ ପଟେ ସମୀର ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ତାଙ୍କ ଧର୍ମ ଓ ଜାତି ଉପରେ ପ୍ରଶ୍ନ କରି ତାଙ୍କୁ ଘେରି ରହିବାକୁ ଚେଷ୍ଟା କରୁଛନ୍ତି।

The post ନୱାବ ବନାମ ଦେବେନ୍ଦ୍ର, ଦୀପାବଳି ପରେ ବୋମା ଫୁଟାଇବେ ଫଡନାଭିସ appeared first on Odisha Reporter.



from Odisha Reporter https://ift.tt/3GGBo9a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages