ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ। ଦିନକୁ ୬ ଟ୍ରିପ କରାଯିବ। ସକାଳ ୧୦ଟା, ୧୧ଟା ଓ ଅପରାହ୍ନ ୧୨ଟା, ୨ଟା, ୩ଟା ଓ ୪ଟାରେ ଏହି ଟୟ ଟ୍ରେନ ଚାଲିବ।
ଟ୍ରେନ ଚାଲିବାର ଅଧଘଣ୍ଟା ଆଗରୁ ମିଳିବ ଟିକେଟ୍। ପ୍ରତ୍ୟେକ ଟ୍ରିପ୍ରେ ୭୨ ଜଣ ପର୍ଯ୍ୟଟକ ଏହି ଟୟ ଟ୍ରେନରେ ବସି ନନ୍ଦନକାନନ ବୁଲି ମଜା ନେଇପାରିବେ। ପରେ ସମସ୍ତ ବ୍ୟବସ୍ଥା ଯାଞ୍ଚ ପରେ ଏହି ସଂଖ୍ୟା ବୃଦ୍ଧି କରାଯାଇପାରେ।
କିଛି ଦିନ ପୂର୍ବରୁ ନନ୍ଦନକାନନରେ ଏହି ଟୟ ଟ୍ରେନ ଆରମ୍ଭ ହୋଇଥିଲା। କିନ୍ତୁ ଟୟ ଟ୍ରେନ ଗଡ଼ୁଥିବା ବେଳେ ଅଘଟଣ ଘଟିଥିଲା। ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଯାଇଥିଲା ଟ୍ରେନ।
ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୬୦ରୁ ଅଧିକ ଯାତ୍ରୀ। ଅଗ୍ନିକାଣ୍ଡ ଯୋଗୁଁ ଏହି ଟ୍ରନ୍ ଚଳାଚଳକୁ ବନ୍ଦ ରଖାଯାଇଥିଲା। ଯେ ପର୍ଯ୍ୟନ୍ତ ମରାମତି ନହୋଇଛି, ସେପର୍ଯ୍ୟନ୍ତ ଟୟ ଟ୍ରେନ ଗଡ଼ିବ ନାହିଁ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଥିଲେ। ତେବେ ମରାମତି ପରେ ଓ ସବୁ ବ୍ୟବସ୍ଥାର ଯାଞ୍ଚ ପରେ ପୁଣି ଆରମ୍ଭ ହେଉଛି ଏହି ଟୟ ଟ୍ରେନ।
The post ଆଜିଠୁ ପୁଣି ଗଡ଼ିବ ଟୟ ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/3wPBBlH
No comments:
Post a Comment