ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିଛି। ଆଜି ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ବି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇବ। ମେଘୁଆ ପାଗ ଯୋଗୁ ଧାନ ଓ ପନିପରିବା ଜାତୀୟ ଚାଷରେ ରୋଗପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଗାମୀ ୩ରୁ ୪ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ହେବାର ସମ୍ଭାବନା ନାହିଁ ।
ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଅମଳ କରିବା ଆଗରୁ ପାଣି ପଶି ଫସଲ ନଷ୍ଟ ହୋଇଯାଇଛି। ଏକରଏକର ଧାନ ଫସଲ ପାଣିରେ ବୁଡ଼ି ରହିଛି। କେବଳ ଧାନ ନୁହେଁ ପନିପରିବା ମଧ୍ୟ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି। ଧାନ ଚାଷ ଉପରେ ନିର୍ଭର କରୁଥିବା ଶହ ଶହ ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।
ଆଜି ବି ଉପକୂଳ ଓଡ଼ିଶା ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗିରହିବ
ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପ ର ପରିମାଣରେ ବୃଦ୍ଧି
ତଥା ମେଘୁଆ ପାଗ ଯୋଗୁ, ଧାନ ତଥା ବିଭିନ୍ନ ପନିପରିବାଜାତୀୟ ଚାଷରେ ରୋଗ ପୋକ ବୃଦ୍ଧିର ସମ୍ଭାବନାଆଗାମୀ ୩-୪ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ pic.twitter.com/Kwk2Aa869s
— Meteorological Centre, Bhubaneswar (@mcbbsr) November 16, 2021
The post ଜାରି ରହିବ କୋହଲା ପାଗ appeared first on Odisha Reporter.
from Odisha Reporter https://ift.tt/325lPrM
No comments:
Post a Comment