‘ ମା’ଙ୍କୁ ବାହାରେ ବସାଇଛି, ମୋତେ ଖରାପ ଲାଗୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

‘ ମା’ଙ୍କୁ ବାହାରେ ବସାଇଛି, ମୋତେ ଖରାପ ଲାଗୁଛି’

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବୋହୂର ନାର୍ଯ୍ୟ ଅଧିକାର ଦାବି କରି ଗତ ୪ ଦିନ ହେଲା ଶୀତ କାକରରେ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ୱୀନି ଦାସ ଆଜି ବୋହୂର କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି । ବୋହୂମାନେ ଶାଶୁ ଘରେ ମାର୍ଗଶୀର ମାସ ଗୁରୁବାର ପାଳନ କରିବା ନିୟମ ଥିବା ବେଳେ ଘରେ ନ ପଶି ମଧ୍ୟ ଏହି ବ୍ରତ ପାଳନ କରିଛନ୍ତି ତପସ୍ୱୀନି ଦାସ ଓରଫ ଡିମ୍ପଲ।

ଶ୍ୱଶୁର ଘର ଗେଟ୍‌ ବୋହୂ ପାଇଁ ଖୋଲୁ ନ ଥିବା ବେଳେ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି ଡିମ୍ପଲ । ବ୍ରହ୍ମପୁର ସହରର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘର ଆଗରେ ବୋହୂ ଡିମ୍ପଲ ଦାସ ଗତ ଚାରି ଦିନ ହେଲା ଧାରଣାରେ ବସିଥିଲେ । ଆଜି ସକାଳୁ ଡିମ୍ପଲ ପ୍ରମୋଦଙ୍କ ଘର ଆଗରେ ପୂଜା କରିବା ସହ ମାଣ ବସାଇଥିଲେ ।

ସକାଳୁ ସକାଳୁ ଲିପା ପୋଛା କରି ମା’ଙ୍କ ଫଟୋ ସମ୍ମୁଖରେ ଭୋଗ, ଦୀପ, ଧୂପ ସଜାଡ଼ି ରଖିଲେ। ବିଧି ମୁତାବକ ହୁଳୁହୁଳି ଶବ୍ଦରେ କମ୍ପିଲା ପରିବେଶ। ଏହାପରେ ମା’ଙ୍କ ଫଟୋ ସମ୍ମୁଖରେ ବସି ବହି ମଧ୍ୟ ପଢ଼ିଲେ। ଏହାସତ୍ତ୍ୱେ ଶ୍ୱଶୁର ଘର ଲୋକ ବାହାରକୁ ଆସି ନ ଥିଲେ।

ଏନେଇ ଡିମ୍ପଲ କହିଛନ୍ତି, ମୋ ଶାଶୁ ଭୁଲିଗଲେ ରୀତିନୀତି କ’ଣ। ମୁଁ ଆଜି ମା’ଙ୍କୁ ବାହାରେ ବସାଇଛି । ମୋତେ ଖରାପ ଲାଗୁଛି।  ମୁଁ ଘରର ଗୋଟିଏ ବୋଲି ବୋହୂ । ଏହା ମୋ ଧର୍ମ। ମୁଁ ମୋ କର୍ମ କରିଛି। ମା’ ମୋତେ କ୍ଷମା କରନ୍ତୁ। ଶାଶୁ ଘର ଲୋକଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଏହା  ଲଜ୍ଜାଜନକ ଘଟଣା। କିନ୍ତୁ ମୋତେ କରିବାକୁ ପଡ଼ିଛି।

ସୂଚନାଯୋଗ୍ୟ, ପ୍ରମୋଦଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ଡିମ୍ପଲ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ । ଶ୍ୱଶୁର ଘର ଲୋକେ  ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେବା ପରେ ଠକି ଚାଲିଥିବା ଡିମ୍ପଲ ଅଭିଯୋଗ କରିଛନ୍ତି ।  ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି।

ଏହାମଧ୍ୟରେ ତପସ୍ୱୀନିଙ୍କ ସ୍ୱାମୀ ଡାକ୍ତର ସୁମିତ କୁମାର ସାହୁ ଗତକାଲି ମୁହଁ ଖୋଲି ତପସ୍ୱୀନିଙ୍କୁ ସ୍ତ୍ରୀ ବୋଲି ସ୍ୱୀକାର କରିଛନ୍ତି। ହେଲେ ତପସ୍ୱୀନିଙ୍କ ନାଁରେ ପାଲଟା ନିର୍ଯାତନା ଅଭିଯୋଗ ଆଣି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିବା କହିଛନ୍ତି ସୁମିତ। କେବଳ ସୁମିତ ନୁହଁନ୍ତି, ଗତକାଲି ତାଙ୍କ ବାପା ପ୍ରମୋଦ କୁମାର ସାହୁ ମଧ୍ୟ ତପସ୍ୱୀନିଙ୍କୁ ନିଜ ବୋହୂ ବୋଲି ସ୍ୱୀକାର କରିଛନ୍ତି  । ହେଲେ କୋର୍ଟରେ ମାମଲା ଥିବାରୁ ଘର ଆଗରେ ଅଶାନ୍ତି ନ କରିବାକୁ ସେ ଅନୁରୋଧ କରିଛନ୍ତି।

 

The post ‘ ମା’ଙ୍କୁ ବାହାରେ ବସାଇଛି, ମୋତେ ଖରାପ ଲାଗୁଛି’ appeared first on Odisha Reporter.



from Odisha Reporter https://ift.tt/3DTYQOh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages