ଇଂଲିଶ ଚ୍ୟାନେଲରେ ଓଲଟିଲା ଡଙ୍ଗା, ୩୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ଇଂଲିଶ ଚ୍ୟାନେଲରେ ଓଲଟିଲା ଡଙ୍ଗା, ୩୧ ମୃତ

ଇଂଲଣ୍ଡ: ଭୟଙ୍କର ଦୁର୍ଘଟଣା। ଇଂଲିଶ ଚ୍ୟାନେଲରେ ବୁଡିଲା ଡଙ୍ଗା। ପ୍ରବାସୀଙ୍କୁ  ନେଇ ଯାଉଥିବା ଏକ ଡଙ୍ଗା ଇଂଲିଶ ଚ୍ୟାନେଲରେ ବୁଡି ଯାଇଛି। ଏହି ଦୁର୍ଘଟଣାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବୁଧବାର ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଇଂରାଜୀ ଚ୍ୟାନେଲ ପାର ହେବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛି।

ଫ୍ରାନ୍ସ ଗୃହ ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍‌ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଡଙ୍ଗାରେ ମୋଟ ୩୪ ଜଣ ଯାତ୍ରୀ ଥିଳେ। ସେମାନଙ୍କ ମଧ୍ୟରୁ ୩୧ଟି ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଦୁଇ ଜଣ ଜୀବିତ ଥିବା ଜଣାପଡିଛି। ଏଥିସହ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି। ତେବେ ମୃତକମାନେ କେଉଁ ଦେଶର ସେ ନେଇ କିଛି ସୂଚନା ମିଳିନାହିଁ।

ଫ୍ରାନ୍ସ ଏବଂ ବ୍ରିଟେନ୍‌ର ଉଦ୍ଧାରକାରୀ ଦଳ ମିଳିତ ଭାବେ  ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। ଏହି ଘଟଣାରେ ୪ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପରେ ୨ ଜଣ ସନ୍ଦିଗ୍ଧଙ୍କୁ କୋର୍ଟରେ ହାଜର କରାଯାଇଥିଲା ବୋଲି ଫ୍ରାନ୍ସର ଗୃହ ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିସହିତ ଆହତମାନଙ୍କୁ ଫ୍ରାନ୍ସର ଗୃହ ମନ୍ତ୍ରୀ ହସ୍ପିଟାଲ ଯାଇ ଭେଟିଛନ୍ତି।

ଦୀର୍ଘ ଦିନ ଧରି କ୍ରସିଂ ବନ୍ଦ କରିବାକୁ ଉଭୟ ସରକାର ପଦକ୍ଷେପ ନେଉଛନ୍ତି, ଯଦିଓ ଉଭୟ ଦେଶ ପରସ୍ପରକୁ ଯଥେଷ୍ଟ କାର୍ଯ୍ୟ କରୁନଥିବା ନେଇ ଅଭିଯୋଗ କରୁଛନ୍ତି। ଏହି ଦୁର୍ଘଟଣାରେ ସେ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ  ହୋଇଯାଇଛନ୍ତି ବୋଲି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।

The post ଇଂଲିଶ ଚ୍ୟାନେଲରେ ଓଲଟିଲା ଡଙ୍ଗା, ୩୧ ମୃତ appeared first on Odisha Reporter.



from Odisha Reporter https://ift.tt/3CQ3vQ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages