ଆଫ୍ରିକାରୁ ‍ଫେରିଛନ୍ତି ୧୦୦୦, ବିଏମସି ପାଖରେ କେବଳ ୪୪୬ ଜଣଙ୍କ ତାଲିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଆଫ୍ରିକାରୁ ‍ଫେରିଛନ୍ତି ୧୦୦୦, ବିଏମସି ପାଖରେ କେବଳ ୪୪୬ ଜଣଙ୍କ ତାଲିକା

ମୁମ୍ବାଇ: ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିବା ଆଫ୍ରିକା ଦେଶଗୁଡ଼ିକରୁ ଗଲା ୧୫ ଦିନ ଭିତରେ ପ୍ରାୟ ୧ ହଜାର ଲୋକ ମୁମ୍ବାଇ ଏୟାରପୋର୍ଟରେ ଓହ୍ଲାଇଛନ୍ତି। କିନ୍ତୁ ମୁମ୍ବାଇ ପୌରପାଳିକା ବା ବିଏମସି ପାଖରେ କେବଳ ୪୪୬ ଜଣ ଆଫ୍ରିକା ଫେରନ୍ତାଙ୍କ ତାଲିକା ରହିଛି। ବାକି ଲୋକ କେଉଁଠି ରହିଛନ୍ତି?

ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ସେମାନେ ଓମିକ୍ରନରେ ସଂକ୍ରମିତ ହୋଇନାହାନ୍ତି ତ ଏଭଳି ଅନେକ ପ୍ରଶ୍ନ ଏବେ ମୁମ୍ବାଇବାସୀଙ୍କୁ ଘାରିଛି। କରୋନାର ଦ୍ୱିତୀୟ ୱେଭ ବେଳେ ମୁମ୍ବାଇ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ଏମିକ୍ରନର ବିପଦ ଭିତରେ ଏପରି ତଥ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଏମସି ଚିହ୍ନଟ କରିଥିବା ୪୪୬ ଜଣ ଆଫ୍ରିକା ଫେରନ୍ତାଙ୍କ ମଧ୍ୟରୁ କେବଳ ୧୦୦ ଜଣଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଛି। ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି)ର ଅତିରିକ୍ତ କମିଶନର ସୁରେଶ କକାନି କହିଛନ୍ତି, ଗତ ୧୫ ଦିନ ମଧ୍ୟରେ ଆଫ୍ରିକାରୁ ପ୍ରାୟ ୧ ହଜାର ଲୋକ ମୁମ୍ବାଇରେ ଲ୍ୟାଣ୍ଡ କରିଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ବିମାନ ବନ୍ଦର ପକ୍ଷରୁ ଆମକୁ କେବଳ ୪୪୬ ଜଣଙ୍କ ତାଲିକା ଦିଆଯାଇଛି।

୪୪୬ ଯାତ୍ରୀଙ୍କ ମଧ୍ୟରୁ ୧୦୦ ଜଣ ମୁମ୍ବାଇର। ଆମେ ସେମାନଙ୍କର ସ୍ୱାବ ସଂଗ୍ରହ କରିଛୁ। ଆସନ୍ତାକାଲି କିମ୍ବା ଗୁରୁବାର ସେମାନଙ୍କର ରିପୋର୍ଟ ଆସିଯିବ।  ଯଦି ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ସବୁ କିଛି ଠିକଠାକ ବୋଲି ବିଚାର କରାଯିବ। ହେଲେ ରିପୋର୍ଟ ପଜିଟିଭ ଆସିଲେ ବିଏମସି ଜେନୋମ ସିକ୍ୱେନ୍ସିଂ କରିବ।

ଏହାବାଦ୍‌ ଏସ୍‌-ଜେନ ମିସିଂ ଟେଷ୍ଟ ମଧ୍ୟ କରାଯିବ। ଓମିକ୍ରନ ଜନିତ ସଂକ୍ରମଣକୁ ଠାବ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସ୍‌-ଜେନ୍‌ ମିସିଂ ଟେଷ୍ଟର ପରାମର୍ଶ ଦେଇଥିଲା। ଆଫ୍ରିକା ଫେରନ୍ତା ପଜିଟିଭ ହେଲେ ମାତ୍ରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କ୍ୱାରେଣ୍ଟିନ ସେଣ୍ଟରକୁ ନିଆଯିବ।

ଅନ୍ଧେରୀ ଉପକଣ୍ଠରେ ଥିବା ୭ ହିଲ୍ସ ହସ୍ପିଟାଲରେ ଏହାର ବ୍ୟବସ୍ଥା କରାଯାଇଛି। ଓମିକ୍ରନ ବିପଦକୁ ଦୃଷ୍ଟିରେ ରଖି ବିଏମସି ୫ ହସ୍ପିଟାଲ ଓ ଜୁମ୍ବୋ ବ୍ୟବସ୍ଥାକୁ ପ୍ରସ୍ତୁତ କରି ରଖିଛି। ଏଠାରେ ଅମ୍ଳଜାନ ଠାରୁ ଆରମ୍ଭ କରି ଅଗ୍ନି ନିରାପତ୍ତା ପାଇଁ ସବୁ ପ୍ରକାରର ସୁବିଧା ରହିଛି ବୋଲି ସେ କହିଛନ୍ତି।

The post ଆଫ୍ରିକାରୁ ‍ଫେରିଛନ୍ତି ୧୦୦୦, ବିଏମସି ପାଖରେ କେବଳ ୪୪୬ ଜଣଙ୍କ ତାଲିକା appeared first on Odisha Reporter.



from Odisha Reporter https://ift.tt/3xzVq0I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages