ରାସ୍ତା ନାହିଁ, ଖଚରରେ ବସି ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାକୁ ଗଲେ ସରକାରୀ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ରାସ୍ତା ନାହିଁ, ଖଚରରେ ବସି ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାକୁ ଗଲେ ସରକାରୀ ବାବୁ

ମାଲକାନଗିରି (ଜିତେନ୍ଦ୍ର ବେଉରା): ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି, ସେଥିରେ କେବଳ ଚାଲି ଚାଲି ଯାଇ ହେବ। ଏଣୁ ସରକାରୀ ବାବୁମାନେ ସେହିଭଳି ଗାଁଗୁଡ଼ିକରେ ସରକାରଙ୍କ ତରଫରୁ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ପାଇଁ ଯିବା ବେଳେ ଖଚରଙ୍କ ସହାୟତା ନେଇଛନ୍ତି। ଖଚର ପିଠିରେ ବସି ଗାଁ ଗାଁ ବୁଲି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ।

ଏଠାରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ ପହଞ୍ଚିଥିଲେ ପଞ୍ଚାୟତରାଜ ବିଭାଗ ଉପ ସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ। ସେମାନଙ୍କ ସହିତ ଥିଲେ ଚିତ୍ରକୋଣ୍ଡା ବିଡ଼ିଓ, ବନାଞ୍ଚଳ ଅଧିକାରୀ ଓ ଏସଡିପିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ। ସେମାନେ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲା।

ଏଥିସହ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯଥା- କାଜୁ ପ୍ଲାଣ୍ଟେସନ, ବିଭିନ୍ନ ସ୍ଥାନରେ କରାଯାଇଥିବା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ଓ ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ ଉପ ସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ।

ସୂଚନାଯୋଗ୍ୟ, ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଞ୍ଚଳଗୁଡ଼ିକରେ କେବଳ ପାଦ ଚଲା ରାସ୍ତା ଥିବାରୁ ଖଚରରେ ବସି ସରକାରୀ ଅଧିକାରୀମାନେ ସେଠାକୁ ଯାଇଥିଲେ।

The post ରାସ୍ତା ନାହିଁ, ଖଚରରେ ବସି ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାକୁ ଗଲେ ସରକାରୀ ବାବୁ appeared first on Odisha Reporter.



from Odisha Reporter https://ift.tt/3rBbbUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages