ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହିଦ ନଗରସ୍ଥିତ ବଙ୍କୁଆଳରେ ଥିବା ଏକ ଆପାର୍ଟମେଣ୍ଟରେ ଦୁଇ ଜଣ ଦୁର୍ବୃତ୍ତ ପଶି ଗୁଣ୍ଡାରାଜ କରିବା ସହ ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।
ଗତକାଲି ଦୁଇ ଜଣ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥା଼ରେ ଆପାର୍ଟମେଣ୍ଟ ଭିତରକୁ ପଶିଥିଲେ। ସେଠାରେ ଥିବା ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ ଓ ଏଥିସହ ଆପାର୍ଟମେଣ୍ଟରେ ଥିବା ସିକ୍ୟୁରିଟି ଗାର୍ଡକୁ ମାଡ଼ ମଧ୍ୟ ମାରିଥିଲେ। ପରେ ସେମାନେ ଲୋକମାନଙ୍କୁ ଗାଳିଗୁଳଜ କରିବା ସହ ଭୟଭୀତ କରିଥିଲେ।
ଆପାର୍ଟମେଣ୍ଟରେ ରହୁଥିବା ଲୋକେ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରିଥିଲେ। ସହିଦ ନଗର ଥାନାରେ ଏନେଇ ଅଭିଯୋଗ କରିବା ସହ ପୁଲିସକୁ ମଧ୍ୟ ଏହି ଭିଡ଼ିଓ ଦେଖାଇଥିଲେ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।
ଅଧିକାଂଶ ଦିନ ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟ ଭିତରେ ପଶି ଗୁଣ୍ଡାରାଜ ଚଲାଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏପରିକି ଲୋକମାନଙ୍କୁ ମାରିବା ପାଇଁ ଦୁର୍ବୃତ୍ତମାନେ ଧମକ ଦେଉଥିବା ସୂଚନା ମିଳିଛି।
The post ଆପାର୍ଟମେଣ୍ଟର ପଶି ଗୁଣ୍ଡାରାଜ ଚଳାଉଛନ୍ତି ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/3k4vwgb
No comments:
Post a Comment