ୟୁପି ନିର୍ବାଚନ ପରେ ପୁଣି ପେଟ୍ରୋଲ ଦର ବଢିଯିବ: ଲାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ୟୁପି ନିର୍ବାଚନ ପରେ ପୁଣି ପେଟ୍ରୋଲ ଦର ବଢିଯିବ: ଲାଲୁ

ନୂଆଦିଲ୍ଲୀ: ତେଲ ଦର କମେଇବା ପରେ ମଧ୍ୟ ବିରୋଧୀଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି କେନ୍ଦ୍ର ସରକାର।  ବୁଧବାର  ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ, କେନ୍ଦ୍ର ଘୋଷଣା କରିଥିବା ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ ଲୋକଙ୍କୁ କୌଣସି ଆଶ୍ୱସ୍ତି ଦେବ ନାହିଁ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ପେଟ୍ରୋଲ, ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି। ନିଜ ସ୍ୱାସ୍ଥ୍ୟ ସସସ୍ୟାକୁ ନେଇ ଲାଲୁ ରୁଟିନ୍‌ ଚେକଅପ ପାଇଁ ବୁଧବାର ଦିଲ୍ଲୀରେ ପହଞ୍ଚିଥିଲେ।

ସେ ଅଭିଯୋଗ କରିଛନ୍ତି ଯେ ପେଟ୍ରୋଲ ଦର ୫ଟଙ୍କା ହ୍ରାସ କରି ମୋଦି ସରକାର ଡ୍ରାମା କରୁଛନ୍ତି । ସେ କହିଛନ୍ତି, ଯଦି ଲିଟର ପିଛା ୫୦ ଟଙ୍କା ହ୍ରାସ ହୁଏ  ତେବେ ଯାଇ ଲୋକଙ୍କୁ ଲାଭ ମିଳିବ। ଉତ୍ତରପ୍ରଦେଶ ନିର୍ବାଚନ ପରେ  ପୁଣି ପେଟ୍ରୋଲ ଦର  ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ବୁଧବାର କେନ୍ଦ୍ର ସରକାର  ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୫ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା  ହ୍ରାସ କରିଛନ୍ତି। ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୦ଟଙ୍କା  ତଳକୁ ଖସିବା ଉଚିତ। ସେ କହିଛନ୍ତି ତେଲ ଲିଟର ଯେତେବେଳେ ୭୦ ଟଙ୍କା ଥିଲା ବିଜେପି ଏହାକୁ ମହଙ୍ଗା ବୋଲି ପ୍ରଚାର କରିଥିଲା।

ବର୍ତ୍ତମାନ ସେମାନେ ଲିଟର ପିଛା ୧୦୦ ଟଙ୍କାରୁ  ଅଧିକ କରିଛନ୍ତି। ସେମାନେ ପେଟ୍ରୋଲର ମୂଲ୍ୟକୁ ଅତି କମରେ ଲିଟର ପିଛା ୭୦ ଟଙ୍କା ତଳକୁ ଆଣିବା ଉଚିତ ବୋଲି ସେ କହିଛନ୍ତି।

The post ୟୁପି ନିର୍ବାଚନ ପରେ ପୁଣି ପେଟ୍ରୋଲ ଦର ବଢିଯିବ: ଲାଲୁ appeared first on Odisha Reporter.



from Odisha Reporter https://ift.tt/3nZ76po

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages