ନୁସରତ ସେଆର କଲେ ପୁଅର ପ୍ରଥମ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 4, 2021

ନୁସରତ ସେଆର କଲେ ପୁଅର ପ୍ରଥମ ଫଟୋ

କୋଲକତା: ଦିପାବଳୀ ଅବସରରେ ସୋଶାଲ ମିଡିଆରେ ଛାଇ ଯାଇଛି ସେଲିବ୍ରିଟିଙ୍କ ପାରମ୍ପରିକ ଓ ଷ୍ଟନିଂ ଲୁକ୍‌। ଏହି ଅବସରରେ ସୋଶାଲ ମିଡିଆରେ ନିଆଁ ଲଗାଇଛି ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତଙ୍କ ଫଟୋ । ନୁସରତ ସୋଶାଲ ମିଡିଆରେ ପ୍ରଥମ ଥର ପାଇଁ ନିଜ ପୁଅ ଇସାନ ସହ ଫଟୋ ଛାଡ଼ିଛନ୍ତି। ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ନୁସରତ ବାଇଗଣୀ ଶାଢିରେ ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ତାଙ୍କ ପାରମ୍ପରିକ ଲୁକ୍‌ରୁ ୟୁଜର୍ସଙ୍କ ନଜର ହଟୁନି। ଏପରିକି ଏହି ଶାଢୀ ସାଙ୍ଗକୁ ନୁସରତ କେଶକୁ ଖୋଲା ରଖିଥିବା ବେଳେ ମଥାରେ ଶୋଭା ପାଉଛି ସିନ୍ଦୂର। ନୁସରତ ନିଜ ଟ୍ୱିଟର ଆକାଉଣ୍ଟରେ ୨ଟି ଫଟୋ ପୋଷ୍ଟ କରିଥିବା ବେଳେ ଏହାକୁ ଫ୍ୟାନ୍ସ ଖୁବ୍‌ ଲାଇକ୍‌ କରୁଛନ୍ତି।

ପ୍ରଥମ ଫଟୋରେ ନୁସରତ  ୟଶ ଦାସଗୁପ୍ତାଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ  ପୋଜ ଦେଇଥିବା ବେଳେ ଉଭୟ ଆଉଟଫିଟ୍‌ ମ୍ୟାଚିଂ ରହିଛି।  ନୁସରତ ବାଇଗଣୀ ରଙ୍ଗର ଶାଢି ପିନ୍ଧିଥିବା ବେଳେ ୟଶ ମଧ୍ୟ ସମାନ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି।  ଉଭୟ ଖୁବ୍‌ ଗର୍ଜିୟସ ଲାଗୁଛନ୍ତି। ଅନ୍ୟ ଏକ ଫଟୋରେ ନୁସରତ ନିଜ ପୁଅ ଇସାନଙ୍କ ସହ  ନଜର ଆସିଛନ୍ତି। ଇସାନଙ୍କ ମୁହଁ ନଜର ଆସୁ ନ ଥିଲେ ମଧ୍ୟ ଏହା ସୋଶାଲ ମିଡିଆରେ ତାଙ୍କ ପ୍ରଥମ ଫଟୋ ।

ନୁସରତ ଓ ୟଶ ଦାସଗୁପ୍ତା ।

ଉଲ୍ଲେଖ ଯୋଗ୍ୟ ଯେ, ସାଂସଦ ନୁସରତ ଜାହାଁଙ୍କ ପୁଅର ବାପା କିଏ ବୋଲି ଦୀର୍ଘ ଦିନ ଧରି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା। ପରେ ସେପ୍ଟେମ୍ବର ୧୬ରେ ତାଙ୍କ ପୁଅର ପ୍ରକୃତ ବାପା କିଏ, ସେନେଇ ଖୁଲାସା ହୋଇଥିଲା। କୋଲକାତା ନଗର ନିଗମ ଦ୍ୱାରା ଜନ୍ମ ପ୍ରମାଣପତ୍ରରୁ ସାଂସଦଙ୍କ ପୁଅର ବାପା ୟଶ୍‌ ଦାଶ ଗୁପ୍ତା ବୋଲି ସାମ୍ନାକୁ ଆସିଥିଲା। ପ୍ରମାଣ ପତ୍ରରେ ୟଶଙ୍କ ନାଁ ଦେବାଶିଷ ଦାସଗୁପ୍ତା ଲେଖା ହୋଇଛି, ଏହା ୟଶ୍‌ଙ୍କ ଅଫିସିଆଲ୍‌ ନାମ।

ପୁଅ ସହ ନୁସରତ ।

ନୁସରତ ଏବଂ ୟଶ୍‌ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଶୁଣିବାକୁ ମିଳୁଛି। ଏବେ ଏଦୁହେଁ ଲିଭ୍‌-ଇନ୍‌ରେ ମଧ୍ୟ ରହୁଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମେ ନୁସରତ ନିଖିଲ ଜୈନ୍‌ଙ୍କୁ ତିର୍କୀରେ ବିବାହ କରିଥିଲେ। ପରେ ସେ ଏହି ବିବାହକୁ ଅମାନ୍ୟ ଘୋଷଣା କରି ସ୍ୱାମୀଙ୍କ ଠାରୁ ଭିନ୍ନ ହୋଇଯାଇଥିଲେ।

The post ନୁସରତ ସେଆର କଲେ ପୁଅର ପ୍ରଥମ ଫଟୋ appeared first on Odisha Reporter.



from Odisha Reporter https://ift.tt/2ZZbWuY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages