ମମିତାଙ୍କୁ ପୋଡ଼ିବାକୁ ବିବେକଠାରୁ ଟାୟାର ଆଣିଥିଲା ଗୋବିନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ମମିତାଙ୍କୁ ପୋଡ଼ିବାକୁ ବିବେକଠାରୁ ଟାୟାର ଆଣିଥିଲା ଗୋବିନ୍ଦ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ପୁଲିସ୍‌ ତଦନ୍ତରୁ ସାମନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ହତ୍ୟାକାଣ୍ଡରେ ବ୍ୟବହୃତ ସ୍କୁଟି ଓ ଜେସିବି କିଛି ଦିନ ତଳେ ଜବତ ହୋଇଥିବା ବେଳେ ଆଜି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ହୋଇଥିବା ଟାୟାର ବିବେକ ଅଗ୍ରୱାଲ ନାମକ ବ୍ୟକ୍ତି ଦେଇଥିବା ଜଣାପଡ଼ିଛି। ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ୧୬୧ ବୟାନରୁ ଏହି ତଥ୍ୟ ମିଳିଛି।

ବୟାନ ଅନୁସାରେ, ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଫୋନ୍ କରିଥିଲା। ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ  ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ ବୋଲି କହିଥିଲା। ଦିନ ସାଢ଼େ ୩ଟାରେ ବିବେକଙ୍କଠାରୁ ରାଧେ ଟାୟାର ନେଇ ଆସିଥିଲା।

ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ଷ୍ଟାଣ୍ଡିୟମରେ ପୋତିଦେଇଥିବା ପରେ ମୁଁ ଜାଣିଥିଲି।  ମୁଁ ଦେଇଥିବା ଦୁଇଟି ଟାୟାରାରେ ମମିତାଙ୍କୁ ପୋଡ଼ିଦେଇଥିବା ଜାଣିବାକୁ ପାଇଥିଲି ବୋଲି  ବିବେକ ନିଜ ବୟାନରେ କହିଛନ୍ତି।

ଅନ୍ୟ ପକ୍ଷରେ ମମିତା ହତ୍ୟା ମାମଲାରେ  ୭୦ଟି ସିଜର ସାମଗ୍ରୀ ଫୋରେନସିକ ଲ୍ୟାବକୁ ପଠାଯାଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ, ଚୁଟି, ରକ୍ତ ନମୁନା  ଫୋରେନସିକ ଲ୍ୟାବକୁ ପଠାଯାଇଛି। ଏହାସହ ମୃତ ମମିତାଙ୍କ ଅସ୍ଥି, ମାଂସ ଓ ବ୍ୟାଗ୍  ମଧ୍ୟ ଫୋରେନସିକ ଲ୍ୟାବକୁ ପଠାଯାଇଥିବା ଜଣାଯାଇଛି।

ମମିତା ହତ୍ୟା ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଉଠୁଥିବା ପଡ଼ୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ପୁଲିସ ଗିରଫ କରିଛି।  ତେବେ  ଏହି ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସଂପୃକ୍ତି  ଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ରାଜ ରାସ୍ତାରେ ଗର୍ଜୁଛନ୍ତି ବିରୋଧୀ।  ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ହତ୍ୟାକାରୀ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘନିଷ୍ଠତା ଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଥିବା ଆଶଙ୍କା କରୁଛନ୍ତି ସାଧାରଣ ଲୋକେ ।  ଏସବୁ ଭିତରେ ପୁଲିସ ଗଣମାଧ୍ୟମକୁ ଆଢୁଆଳରେ ରଖି ନିଜର ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଏପରିକି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ବିଜେପି ଓ କଂଗ୍ରେସ।

The post ମମିତାଙ୍କୁ ପୋଡ଼ିବାକୁ ବିବେକଠାରୁ ଟାୟାର ଆଣିଥିଲା ଗୋବିନ୍ଦ appeared first on Odisha Reporter.



from Odisha Reporter https://ift.tt/3CQg52m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages