ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ ଲାଗି ରହିଛି। ପୁରା ଚେନ୍ନାଇ ମହନଗରୀରେ ପାଣି ପାଣି ସ୍ଥିତି । ଏବେ ଯାଏଁ ବର୍ଷା ଯୋଗୁ ଅଘଟଣ ଘଟି ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆହୁରି ଦୁଇଦିନ ଧରି ବର୍ଷା ଲାଗି ରହିବ। ବଙ୍ଗୋପସରଗରରେ ଲଘୁ ଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ଆଜି ସନ୍ଧ୍ୟା ସୁଦ୍ଧା ଏହି ଲଘୁଚାପ ଉତ୍ତର ତାମିଲନାଡ଼ୁ ଏବଂ ଆନ୍ଧ ଉପକୂଳ ଦେଇ ଗତି କରିବାର ସମ୍ଭାବନା କରହିଛି।
ବୁଧବାର ସନ୍ଧ୍ୟାରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବିଶେଷ କରି ଉତ୍ତର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ବର୍ଷା ପାଇଁ ତାମିଲନାଡ଼ୁର ୯ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଉଦ୍ଧାର କାଯର୍ୟ ପାଇଁ ୧୧ ଏନଡିଆରଏଫ ଓ ୭ଟି ଏସଡିଆରଏଫ ଟିମ ମୁତୟନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ।
ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ତାମିଲନାଡୁର ୫ଟି ଜିଲ୍ଲାରେ ରେଡ୍ ୱାଣ୍ଣିଂ ଜାରି କରାଯାଇଛି।
The post ଦୁଇଦିନ ଧରି ଲାଗି ରହିବ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ appeared first on Odisha Reporter.
from Odisha Reporter https://ift.tt/31F6YE3
No comments:
Post a Comment