ଭଦ୍ରକ(ପାର୍ଥ ସାରଥୀ ନାୟକ): ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଦୁର୍ବୃତ୍ତମାନେ ଲୁଟି ନେଲେ ତିନୋଟି ମୋବାଇଲ ଓ ପ୍ରାୟ ୩୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରେ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୁଇଟି ବାଇକ୍ରେ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରେ ପହଞ୍ଚିଥିଲେ। ଏହାପରେ ଷ୍ଟୋରର ମାଲିକଙ୍କୁ ଟଙ୍କା ମାଗିଥିଲେ। ମାତ୍ର ମେଡ଼ିସିନ ଷ୍ଟୋର ମାଲିକ ଟଙ୍କା ଦେବାକୁ ମନା କରିବାରୁ ଦୁଇ ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳିଟି ମେଡିସିନ ଷ୍ଟୋର ମାଲିକଙ୍କ ଦେହରେ ନ ବାଜି ଦୋକାନରେ ବାଜିଥିଲା।
ଗୁଳି ଶବ୍ଦ ଶୁଣି ମେଡିସିନ ଷ୍ଟୋର ମାଲିକ ସମେତ ଅନ୍ୟ ପାଖ ଲୋକମାନେ ଭୟରେ ଦୌଡ଼ି ପଳାଇଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ମେଡ଼ିସିନ ଷ୍ଟୋରରୁ ୩ଟି ମୋବାଇଲ ଓ ପ୍ରାୟ ୨୦ରୁ ୩୦ ହଜାର ଟଙ୍କା ଲୁଟ୍ କରି ପଳାଇଥିବା ଅଭିଯୋଗ ହୋଇଛି।
ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ଦୋକାନର ସିସିଟିଭିର ହାର୍ଡଡିସ୍କ ନେଇ ଘଟଣାର ତଦନ୍ତ କରିଛନ୍ତି। କେଉଁମାନେ ଏହି ଲୁଟରେ ସମ୍ପୃକ୍ତ ଅଛନ୍ତି, ସେନେଇ ଅନୁସନ୍ଧାନ ଚଳାଇଛି ପୁଲିସ।
The post ଗୁଳିମାଡ଼ କରି ମେଡ଼ିସିନ ଷ୍ଟୋରରୁ ଲୁଟ୍ appeared first on Odisha Reporter.
from Odisha Reporter https://ift.tt/3obVLTa
No comments:
Post a Comment