ଜ୍ୱାଇଁ ଡାକରା ପାଇ ଶ୍ୱଶୁର ଘରକୁ ଯାଉଥିଲେ, ବାଟରେ ଘଟିଗଲା ଦୁର୍ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଜ୍ୱାଇଁ ଡାକରା ପାଇ ଶ୍ୱଶୁର ଘରକୁ ଯାଉଥିଲେ, ବାଟରେ ଘଟିଗଲା ଦୁର୍ଘଟଣା

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଦୀପାବଳିରେ ଶ୍ୱଶୁର ଘରୁ ଆସିଥିଲା ଜ୍ୱାଇଁ ଡାକରା । ମାତ୍ର ଶ୍ୱଶୁର ଘରେ ପହଞ୍ଚି ପାରିଲେନି ଜ୍ୱାଇଁ। ବାଟରେ ଘଟିଗଲା ଅଘଟଣ। ଶ୍ୱଶୁର ଘରେ ପହଞ୍ଚିବା ପୂର୍ବରୁ  ନାଳରେ ଖସି ପଡ଼ିଲା ବାଇକ୍‌।  ଫଳରେ ଆଖି ବୁଜିଲେ ଜ୍ୱାଇଁ । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା  ଜିଲ୍ଲା ବିଷମ କଟକ ଥାନା ଚାଟିକୋଣା ଗାଁ ନିକଟରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ଟାକ୍ରି।

ସୂଚନାଯୋଗ୍ୟ, ଦୀପାବଳି ପାଇଁ ସୀମାଞ୍ଚଳଙ୍କ ଶ୍ୱଶୁର ଘରୁ ଜ୍ୱାଇଁ ଡାକରା ଆସିଥିଲା। ଆଜି ସକାଳେ ସେ ବାଇକ୍‌ ଯୋଗେ ନିଜ ଗାଁ ସରାବାଲିରୁ ଶ୍ୱଶୁର ଘର ବାରିଗୁଡା ଗାଁକୁ ଯାଉଥିଲେ। ତେବେ ଚାଟିକୋଣ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ନାଳ ଭିତରେ ପଶି ଯାଇଥିଲା । ବାଇକ୍‌ ସହ ସୀମାଞ୍ଚଳ ମଧ୍ୟ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ବିଷମକଟକ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି।

The post ଜ୍ୱାଇଁ ଡାକରା ପାଇ ଶ୍ୱଶୁର ଘରକୁ ଯାଉଥିଲେ, ବାଟରେ ଘଟିଗଲା ଦୁର୍ଘଟଣା appeared first on Odisha Reporter.



from Odisha Reporter https://ift.tt/2ZRZFb7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages