ଶ୍ରୀମନ୍ଦିର ଆଖପାଖରେ ୧୪୪ ଧାରା, ଜାଳି ହେବନି କାଉଁରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଶ୍ରୀମନ୍ଦିର ଆଖପାଖରେ ୧୪୪ ଧାରା, ଜାଳି ହେବନି କାଉଁରିଆ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି  ଦୀପାବଳି। ତେବେ ଭିଡ଼ ଆଶଙ୍କାରେ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ଦର୍ଶନ ବନ୍ଦ ହୋଇନାହିଁ, ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ପ୍ରତିବର୍ଷ ଦୀପାବଳି ଅବସରରେ ଥିବାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ  ସିଂହଦ୍ୱାର ଓ ଶ୍ରୀମନ୍ଦିର ଆଖପାଖରେ ଏକତ୍ରିତ ହୋଇ କାଉଁରିଆ ଜାଳିବା ପରମ୍ପରା ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଛି । ତେବେ  ଚଳିତ ବର୍ଷ ସିଂହଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ୱରେ ଯେପରି ଲୋକଙ୍କ ସମାଗମ ନହେବ, ସେଥିପାଇଁ ୧୪୪ ଧାରା ମଧ୍ୟ ଜାରି କରାଯାଇଛି।  ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ୱାର ଓ ମନ୍ଦିର ଚାରିପାଖରେ ଏହା ବଳବତ୍ତର ରହିବ। ଫଳରେ ଲୋକେ ଏକତ୍ରିତ ହୋଇପାରିବେନି କି କାଉଁରିଆ ଜାଳି ପାରିବେନି।

କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ହେବା ତଥା କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆଜି ସାଧାରଣ ଦର୍ଶନ ବନ୍ଦ ରହୁଥିଲା ବେଳେ କେବଳ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶ ଅନୁମତି ରହିବ। ଗତବର୍ଷ ସମାନ ଭାବେ କରୋନା କଟକଣା ଯୋଗୁଁ ୧୪୪ ଧାରା ଲାଗିଥିଲା ।

The post ଶ୍ରୀମନ୍ଦିର ଆଖପାଖରେ ୧୪୪ ଧାରା, ଜାଳି ହେବନି କାଉଁରିଆ appeared first on Odisha Reporter.



from Odisha Reporter https://ift.tt/3q5qFPy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages