ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ୪୮ ଘଣ୍ଟା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି। ହେଲେ ୨ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ହେଲେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡି ପଡ଼ିଥିବା ଦେଖିବାକୁ ମିଳିଛି। ଦାରିଙ୍ଗିବାଡିରେ ଅଧିକ ଶୀତ ଅନୁଭୂତ ହେଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଆଉ କିଛି ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି।
#weatherupdates for #Odisha
ରାଜ୍ୟରେ ବିଭିନ୍ନ ଅଂଚଳରେ କୋହଲା ପାଗ୨ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନାହିଁ
୪୮ ଘଣ୍ଟା ପରେ ରାତ୍ରି ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା
୪୮ ଘଣ୍ଟା ପରେ ରାଜ୍ୟରେ ବଢିବ ଶୀତର ପ୍ରକୋପ #weather #Weathercloud pic.twitter.com/bbipk85oBi
— Meteorological Centre, Bhubaneswar (@mcbbsr) November 22, 2021
The post ଖସିବ ପାରଦ; ଶୀତରେ ଥରିବ ରାଜ୍ୟ appeared first on Odisha Reporter.
from Odisha Reporter https://ift.tt/3kYWgiv
No comments:
Post a Comment