ଖୋର୍ଦ୍ଧା(ବଳରାମ ଲେଙ୍କା): ଭୁଲ୍ ହୋଇଗଲା ଆକଳନ । ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଦଳିଦେଲା ହାତୀ । ଏଥିରେ ପ୍ରାୟ ୫ ବନ କର୍ମଚାରୀ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଘଟିଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ବନଖଣ୍ଡ ଓ ଟାଙ୍ଗି ବନଖଣ୍ଡ ଅଞ୍ଚଳରେ ପ୍ରାୟ ୨୮ରୁ ୩୦ ହାତୀ ମାତିଛନ୍ତି। ଏଥିଯୋଗୁ ଧନଜୀବନ ହାନୀ ହେଉଥିବା ବେଳେ ଜନ ଅସନ୍ତୋଷ ଦେଖାଦେଉଛି। ଏପରି ସ୍ଥିତିରେ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରି ତାଙ୍କ ଶରୀରରେ ଜିପିଏସ୍ ସିଷ୍ଟମ ଖଞ୍ଜିବାକୁ ବାଙ୍ଗାଲୋରରୁ ଏକ ଟିମ୍ ଆସି ପହଞ୍ଚିଛନ୍ତି।
ଗତ ରାତିରେ ଖୋର୍ଦ୍ଧାର ଗୟାବନ୍ଧ ଗାଁ ପାଖ ଖେଳପଡ଼ିଆ ପାଖରେ ଏକ ହାତୀ ଥିବା ସୂଚନା ପାଇ ଖୋର୍ଦ୍ଧା ଡିଏଫଓ, ଏଏସଫ, ରେଞ୍ଜର, ବନ କର୍ମଚାରୀଙ୍କ ସମେତ ଟ୍ରାଙ୍କୁଲାଇଜ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ । ବିଶେଷଜ୍ଞ ଟିମ୍ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ହେଲେ ହଠଶତ୍ ଅତର୍କିତ ଭାବେ ହାତୀଟି ଉଠି ବସି ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା।
ଏହି ଆକ୍ରମଣରେ ଡିଏଫଓ ଓ ଏସିଏଫ ସାମାନ୍ୟ ଆହତ ହୋଇଥିବା ବେଳେ ରେଞ୍ଜରଙ୍କ ସମେତ ଅନ୍ୟ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଟ୍ରାଙ୍କୁଲାଇଜ୍ ଟିମ୍ ଆରମ୍ଭରୁ ଝୁଣ୍ଟୁଥିବାରୁ ସେମାନଙ୍କୁ ଯେଉଁ ଉଦ୍ଦେଶ୍ୟରେ ଏଠାକୁ ଅଣାଯାଇଛି, ତାହା କେତେଦୂର ଫଳପ୍ରଦ ହେବ ତାହାକୁ ନେଇ ଦେଖାଦେଲାଣି ସନ୍ଦେହ ।
The post ଭୁଲ୍ ହେଲା ଆକଳନ: ଟ୍ରାଙ୍କୁଲାଇଜ୍ ପରେ ବି ଉଠିଲା ହାତୀ, ୫ ବନ କର୍ମଚାରୀ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3qYpbHj
No comments:
Post a Comment