ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡ଼ିହା ଅଭୟାରଣ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡ଼ିହା ଅଭୟାରଣ୍ୟ

ନୀଳଗିରି (ବିଶ୍ୱମ୍ବର ଦାସ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ୱର ଜିଲ୍ଲାର କୁଳଡ଼ିହା ଅଭୟାରଣ୍ୟ। ଗତକାଲି ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ବଙ୍ଗୀୟ ପର୍ଯ୍ୟଟକ ବାଲିଆନାଳ ବିଟ୍ ହାଉସ ଗେଟ୍ ଦେଇ ଅଭୟାରଣ୍ୟରେ ପ୍ରବେଶ କରିଥିଲେ।

ପର୍ଯ୍ୟଟକମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ ବନବିଭାଗ କର୍ମଚାରୀ। ପୂର୍ବରୁ କେବଳ ନେଚର କ୍ୟାମ୍ପରେ ରହଣି ପର୍ଯ୍ୟଟକଙ୍କୁ ଅନୁମତି ଥିବା ବେଳେ ଗତକାଲିଠୁ ସବୁବର୍ଗର ପର୍ଯ୍ୟଟକଙ୍କୁ ଅନୁମତି ମିଳିଛି। ଜଙ୍ଗଲ ଭିତରକୁ ପଲିଥିନ ନେବାକୁ ବାରଣ କରଯାଇଛି।

ସୂଚନାଯୋଗ୍ୟ, ଗତକାଲି  ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା। ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ ।  ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟଟକମାନେ ନିଜ ଗାଡ଼ି ଓ ନାଁ ଠିକଣା ଗେଟ୍‌ରେ ଦାଖଲ କରିଥିଲେ ।

ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି । ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

The post ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡ଼ିହା ଅଭୟାରଣ୍ୟ appeared first on Odisha Reporter.



from Odisha Reporter https://ift.tt/3GT1fLh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages