ଶେଷରେ ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ଶେଷରେ ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ: ଆର୍ଥିକ ହେରଫେର ମାମଲାରେ ଶେଷରେ ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିବା ପରେ ଇଡି ପକ୍ଷରୁ ତାଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା।  ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି ।

ଗତକାଲି ଦିନ ପ୍ରାୟ ୧୧ଟା୪୦ରେ ଦେଶମୁଖ ନିଜ ଓକିଲଙ୍କ ସହ ଦକ୍ଷିଣ ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରି ନ ଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା।

ଇଡି ପକ୍ଷରୁ ପୂର୍ବରୁ ୫ ଥର ସମନ ଜାରି ସତ୍ତ୍ୱେ ହାଜର ହେଉ ନ ଥିବା ଦେଶମୁଖ ଗତ ଶୁକ୍ରବାର ବମ୍ବେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହାପରେ ସୋମବାର ଜାରି ଏକ ଭିଡିଓରେ ନିଜକୁ ନିର୍ଦ୍ଦୋଷ କହିବା ସହ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ଦେଶମୁଖ ।  ଶେଷରେ ଉଚ୍ଚ ନ୍ୟାୟଳୟ ନିକଟରୁ ନିରାଶ ହେବା ପରେ ଇଡି କାର୍ଯ୍ୟାଳୟରେ ହାଜର  ହୋଇଥିଲେ ଦେଶମୁଖ। ଇଡିର ସଂଯୁକ୍ତ ନିର୍ଦ୍ଦେଶକ ସତ୍ୟବ୍ରତ କୁମାର କଚ୍ଛ ଓ ଅନ୍ୟ ଅଧିକାରୀ ରାତି ୯ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲେ। ମାତ୍ର ଦେଶମୁଖ ତଦନ୍ତରେ ସହଯୋଗ କରି ନ ଥିବା ବେଳେ କୌଣସି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏହାପରେ ଇଡି ପକ୍ଷରୁ ତାଙ୍କୁ ଗିରଫ ଦର୍ଶାଯାଇଥିଲା ।

୧୦୦ କୋଟି ଟଙ୍କାର ଏକ୍ସଟୋରସନ ମାମଲାରେ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।  ଚଳିତ ବର୍ଷ ଆରମ୍ଭରୁ ମନି ଲଣ୍ଡରିଂ ମାମଲାରେ ବିବାଦ ଘେରୁ ଚାଲି ଯାଇଥିବା ୭୧ ବର୍ଷୀୟ ଏନସିପି ନେତା ଅନୀଲ ଦେଶମୁଖ  ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।  ଏପରିକି ଇଡିର ସମନକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ ବି ନିରାଶ ହୋଇଥିଲେ ଦେଶମୁଖ ।

ମୁମ୍ବାଇର ପୂର୍ବ ପୁଲିସ୍‌ କମିଶନର ପରମବୀର ସିଂହ  ଦେଶମୁଖଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ଜବରଦସ୍ତି ଟଙ୍କା ଆଦାୟ ପରି ସଙ୍ଗୀନ ଆରୋପ ଆଣିଥିଲେ। ଏ  ନେଇ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରମବରୀର ଲେଖିଥିବା ଚିଠିରେ ପ୍ରତି ମାସ ୧୦୦ କୋଟି ବଟି ଆଦାୟ କରିବା ଲାଗି ଦେଶମୁଖ ମୁମ୍ବାଇ ପୁଲିସ୍‌ର ଦୂରପଯୋଗ କରୁଥିବା ପରି ଅଭିଯୋଗ ଆଣିଥିଲେ। ହେଲେ ଦେଶମୁଖ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ମାନହାନୀ ମକଦ୍ଦମାର ଧମକ ଦେଇଥିଲେ। ଏହାକୁ ନେଇ ବିରୋଧୀ ଦେଶମୁଖଙ୍କ ଇସ୍ତଫା ଜିଦ୍‌ରେ ଅଡ଼ି ବସିଥିବା ବେଳେ ରାଜ୍ୟ ରାଜନୀତିରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

ଏବେ ଦେଶମୁଖ ଗିରଫ ହୋଇ ସାରିଥିବା ବେଳେ ପରବବୀର ନିଖୋଜ ଅଛନ୍ତି। ଏପରିକି ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇ ସାରିଥିଲେ ବି ତାଙ୍କ ପତ୍ତା ମିଳିପାରି ନାହିଁ। ଏହାକୁ ନେଇ ଗତକାଲି ଦେଶମୁଖ କହିଥିଲେ, ମୋ ବିରୋଧରେ ଅଭିଯୋଗ ଆଣିଥିବା ପରମବୀର ସିଂହ ଏବେ କେଉଁଠି ? ଏବେ ତ ତାଙ୍କ ବିଭାଗର କେତେକ ଅଧିକାରୀ ଓ କେତେକ ପ୍ରତିଷ୍ଠିତ ବ୍ୟବସାୟୀ ବି ତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ହେଲେ ପୁଲିସ୍‌ ତାଙ୍କୁ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିନି।

ସୂଚନାଯୋଗ୍ୟ, ଏହି  ମାମଲାରେ ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇ ସାରିଛନ୍ତି । ବହିଷ୍କୃତ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସହ ଦେଶମୁଖଙ୍କ ଲିଙ୍କ ଥିବା ନେଇ ଅଭିଯୋଗ ହୋଇଛି। ଦେଶମୁଖଙ୍କ ପାଇଁ ୱାଜେ ୪.୭ କୋଟି  ଟଙ୍କା ଲାଞ୍ଚ ନେବାର ଅଭିଯୋଗ ରହିଛି।

The post ଶେଷରେ ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ appeared first on Odisha Reporter.



from Odisha Reporter https://ift.tt/3BFXJ2O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages