ସ୍ପା ପାଇଁ ନୂଆ ଗାଇଡଲାଇନ: ଏଣିକି ପୁରୁଷଙ୍କୁ ମାଲିସ କରିପାରିବେନି ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ସ୍ପା ପାଇଁ ନୂଆ ଗାଇଡଲାଇନ: ଏଣିକି ପୁରୁଷଙ୍କୁ ମାଲିସ କରିପାରିବେନି ମହିଳା

ଗୌହାଟୀ: ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼ିକ ପାଇଁ ଗୌହାଟୀ ମ୍ୟୁନସିପାଲ କର୍ପୋରେସନ ନୂଆ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, ଏଣିକି ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼କରେ ମହିଳାମାନେ ପୁରୁଷଙ୍କୁ ମାଲିସ କିମ୍ବା ଥେରାପି ସେବା ଯୋଗାଇବେ ନାହିଁ।

ସେହିପରି ପୁରୁଷମାନେ ମଧ୍ୟ ମହିଳା ଗ୍ରାହକଙ୍କୁ କୌଣସି ପ୍ରକାରର ମାଲିସ କରିବେ ନାହିଁ। ମହିଳାଙ୍କୁ କେବଳ ମହିଳା ଓ ପୁରୁଷଙ୍କୁ କେବଳ ପୁରୁଷ ହିଁ ମାଲିସ ଏବଂ ଥେରାପି ପ୍ରଦାନ କରିପାରିବେ।

ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୁଗ୍ମ କମିଶନର ସିଦ୍ଧାର୍ଥ ଗୋସ୍ୱାମୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସବୁ ପ୍ରତିଷ୍ଠାନରେ ମାଲିସ କିମ୍ବା ଥେରାପି ପାଇଁ କୌଣସି ପ୍ରକାରର ସ୍ୱତନ୍ତ୍ର ଚ୍ୟାମ୍ବର କିମ୍ବା ରୁମ ରହିବ ନାହିଁ। ଏହାର ମୁଖ୍ୟ ଫାଟକ ଟ୍ରାନ୍ସପ୍ୟାରେଣ୍ଟ ରହିବ। ଏହାର ଅର୍ଥ ସ୍ପା, ସେଲୁନ ଓ ବିୟଟି ପାର୍ଲର ମୁଖ୍ୟ ଫାଟକ ଭିତରୁ ଲକ ହେବନାହିଁ। ଯେକୌଣସି ଲୋକ ଯେ କୌଣସି ସମୟରେ ଯେମିତି ବିନା ପ୍ରତିବନ୍ଧକରେ ଏହା ମଧ୍ୟକୁ ପ୍ରବେଶ କରିପାରିବେ, ତା’ର ବ୍ୟବସ୍ଥା କରାଯିବ।

ଅନେକ ସମୟରେ ଏହି ସବୁ ପ୍ରତିଷ୍ଠାନରେ ଅନୈତିକ କାମ ହେଉଥିବା ଖବର ମିଳୁଛି। ଲୋକମାନେ ଅନେକ ବାରମ୍ବାର ଅଭିଯୋଗ କରୁଛନ୍ତି। ସ୍ପା ଓ ବିୟୁଟି ପାର୍ଲର ନାଁରେ କିଛି ଲୋକ ସେକ୍ସ ରାକେଟ ଚଳାଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ତତ୍କାଳ ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

The post ସ୍ପା ପାଇଁ ନୂଆ ଗାଇଡଲାଇନ: ଏଣିକି ପୁରୁଷଙ୍କୁ ମାଲିସ କରିପାରିବେନି ମହିଳା appeared first on Odisha Reporter.



from Odisha Reporter https://ift.tt/3CiC5lx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages