ତେଲକୋଇ(ଚିନ୍ମମୟ ସାହୁ): କେନ୍ଦୁଝର ତେଲକୋଇ ବ୍ଲକ ଜଗମୋହନପୁରରେ ଫଳକ ଭଙ୍ଗାକୁ ନେଇ ତେଜିଛି ରାଜନୀତି। ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲର ଭିତ୍ତିପ୍ରସ୍ତର ଫଳକ ଭଙ୍ଗାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ବିଜେଡି କର୍ମୀ।
ଫଳକ ଭଙ୍ଗାକୁ ନେଇ ମାଡ଼ପିଟ୍ ହେବା ସହ ଥାନାରେ ବିଜେପି ଏବଂ ବିଜେଡି ସମର୍ଥକଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବିଜେପି ଏହା ବିଜେଡିରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ବୋଲି କହିଥିବାବେଳେ ବିଜେଡି ଏହି ଘଟଣାକୁ ନିନ୍ଦା କରିଛି।
ସୂଚନା ମୁତାବକ, ଏକଲବ୍ୟ ସ୍କୁଲ କେନ୍ଦ୍ରୀୟ ଅନୁଦାନରେ ନିର୍ମାଣ ହେଉଥିବାବେଳେ ଫଳକରେ ବିଜେଡି ସାଂସଦ ଚନ୍ଦ୍ରାଣି ମୁର୍ମୁ ଏବଂ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ନାଁ ଉଲ୍ଲେଖ ରହିଥିଲା। ଅଥଚ ଫଳକରେ ନଥିଲା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ବିଧାୟକ ମୋହନ ମାଝୀଙ୍କ ନାଁ।
ଏପରିକି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚଙ୍କୁ ବି ଡକାଯାଇନଥିଲା। ଯାହାକୁ ନେଇ ଫଳକ ଭଙ୍ଗାରୁଜା ଯାଏଁ କଥା ଯାଇଥିଲା। ରବିବାର ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
The post ଫଳକ ରାଜନୀତି, ବିଜେଡି-ବିଜେପି ନାଁରେ ଥାନାରେ ଏତଲା appeared first on Odisha Reporter.
from Odisha Reporter https://ift.tt/3qHK4GM
No comments:
Post a Comment