ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ITDAର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ତାଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ। ଭିଜିଲାନ୍ସର ଚଢ଼ାଉ ବେଳେ ମୋଟ୍ ୪୧.୭୭ ଲକ୍ଷ ନଗଦ ଟଙ୍କା, ୬୫୯ ଗ୍ରାମ ସୁନା ଜବତ ହୋଇଛି।
ଏହାସହ ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନିରେ ୪ ତାଲା ବିଶିଷ୍ଟ କୋଠା , ବାଲେଶ୍ୱରରେ ୪ ତାଲା ବିଶିଷ୍ଟ ଘର, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, ଭୁବନେଶ୍ୱର କଳିଙ୍ଗ ବିହାରରେ ଅଧା ତିଆରି କୋଠା, ବାଲେଶ୍ୱରରେ ୩ଟି ପ୍ଲଟ ସନ୍ତୋଷଙ୍କ ନାଁରେ ଥିବା ଜଣାପଡ଼ିଛି। ସେହିପରି ତାଙ୍କର ଗୋଟିଏ ୪ ଚକିଆ ଓ ୩ଟି ଦୁଇ ଚକିଆ ଯାନ ରହିଛି।
ଗତକାଲି ବାଲେଶ୍ୱର ଜିଲ୍ଲା ଭୋଗରେଇସ୍ଥିତ ସନ୍ତୋଷଙ୍କ ଶ୍ୱଶୁର ଘର, ବାରିପଦାରେ ଥିବା ତାଙ୍କ ପୈତୃକ ଘର ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଆଦିରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଗତକାଲି ସକାଳୁ ବିଳମ୍ବିତ ରାତି ଯାଏ ଏହି ଚଢ଼ାଉ ଚାଲିଥିଲା। ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା ।
The post କୁବେର କନିଷ୍ଠ ଯନ୍ତ୍ରୀ; ନଗଦ ୪୧ ଲକ୍ଷ ଜବତ, ମାଳ, ମାଳ ଘରକୁ ଜାଗା ବି ଅଛି appeared first on Odisha Reporter.
from Odisha Reporter https://ift.tt/3DQgAdo
No comments:
Post a Comment