ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କଠିଆପଲ୍ଲୀ ଗାଁରେ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ କେ. ଗୋବିନ୍ଦ ରେଡି। ଗୋବିନ୍ଦଙ୍କୁ ଗାଁର କିଛି ଲୋକ ଘରୁ ଡାକି ନେଇ ହତ୍ୟା କରି ବିଲରେ ଫୋପାଡି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ, ଆଜି ପାହାନ୍ତିଆ ସମୟରେ ଗାଁର କିଛି ଲୋକ ଗୋବିନ୍ଦଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ହତ୍ୟା କରି ବିଲରେ ଫୋପାଡ଼ି ଦେଇଥିଲେ। ସକାଳେ ଗାଁର କିଛି ଲୋକ ଗୋବିନ୍ଦଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଜଣାଇଥିଲେ।
ଗଞ୍ଜାମ ଅତିରିକ୍ତ ଏସପି ଓ ଛତ୍ରପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ହୋଇଛି ଜଣା ପଡିନଥିବା ବେଳେ ପୂର୍ବ ଶତୃତା ପାଇଁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।
The post ଘରୁ ଡାକି ନେଇ ପିଟି ପିଟି ବିଲରେ ଫୋପାଡ଼ି ଦେଲେ appeared first on Odisha Reporter.
from Odisha Reporter https://ift.tt/2ZoqT9A
No comments:
Post a Comment