ବିବାହ କଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଶ୍ରଦ୍ଧା, ଜାଣନ୍ତୁ, କାହାକୁ କଲେ ଜୀବନସାଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

ବିବାହ କଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଶ୍ରଦ୍ଧା, ଜାଣନ୍ତୁ, କାହାକୁ କଲେ ଜୀବନସାଥୀ

ବମ୍ବେ: ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ଶ୍ରଦ୍ଧା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବିବାହ କରିଛନ୍ତି । ରାହୁଲଙ୍କର କୌଣସି ଫିଲ୍ମି ବ୍ୟାକ ଗ୍ରାଉଣ୍ଡ ନ ଥିବା ବେଳେ ସେ ଜଣେ ନାଭି ଅଫିସର ବୋଲି ଜଣାପଡ଼ିଛି।

ଶ୍ରଦ୍ଧା ସବୁବେଳେ ରାହୁଲଙ୍କୁ ମିଡିଆଠୁ ଦୂରେଇ ରଖୁଥିବା ବେଳେ ତାଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ହେଲେ ଏବେ ହାତକୁ ଦି ହାତ ହେବା ପରେ ଉଭୟଙ୍କ ବିବାହ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି।

ଗତ ରାତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଶ୍ରଦ୍ଧା ଗୋଲଡେନ-ମେରୁନ କଲରର ଲେହେଙ୍ଗା ପିନ୍ଧିଥିଲେ। ଏହା ସହ ମ୍ୟାଚିଂ ଜୁଏଲାରୀରେ ଖୁବ୍‌ ସୁନ୍ଦର ଲାଗୁଥିଲେ ଶ୍ରଦ୍ଧା। ସେହିପରି ହ୍ୱାଇଟ୍‌ କଲର ଶେରୱାନୀରେ  ରାହୁଲ ବି କୌଣସି ରାଜକୁମାରଠାରୁ କମ୍‌ ଲାଗୁ ନ ଥିଲେ।

ସ୍ୱାମୀଙ୍କ ସହ ଶ୍ରଦ୍ଧା ଆର୍ଯ୍ୟ ।

ରାହୁଲଙ୍କୁ ବରଣ ମାଳା ପିନ୍ଧାଇବାକୁ ଯାଉଥିବା ବେଳେ ଶ୍ରଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରଦ୍ଧା ରାହୁଲଙ୍କୁ ‘ଆସ, ମୋତେ ଉଠାଓ’ ବୋଲି ଖୁଲମଖୁଲା କହୁଥିବା ଶୁଣିବାକୁ ମିଳୁଛି। ଏହା ଖୁବ୍‌ ଭାଇରାଲ ହେଉଥିବା ବେଳେ ଏହାପରେ ଶ୍ରଦ୍ଧାଙ୍କୁ ନେବାକୁ ରାହୁଲ ପହଞ୍ଚୁଥିବା ଦେଖିବାକୁ ମିଳୁଛି।

ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ହେଲେ ତାଙ୍କ ସ୍ୱାମୀ ରାହୁଲଙ୍କର ଫିଲ୍ମ ସହ କୌଣସି ସମ୍ପର୍କ ନାହିଁ।  ଉଭୟଙ୍କର ଆରେଞ୍ଜ କମ୍‌ ଲଭ୍‌ ମ୍ୟାରେଜ ହୋଇଥିବା ବେଳେ ଫ୍ୟାମିଲି ଜରିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଥିଲା ଓ ଲାଇଫ୍‌ ପାର୍ଟନର ହେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ରାହୁଲ ସବୁବେଳେ ମିଡିଆଠୁ ଦୂରରେ ରହିବାକୁ ଭଲ ପାଆନ୍ତି।

ସ୍ୱାମୀଙ୍କ ସହ ଶ୍ରଦ୍ଧା ଆର୍ଯ୍ୟ ।

ଶ୍ରଦ୍ଧା ନିଜ ରିଲେସନ୍‌କୁ ନେଇ ମୁହଁ ଖୋଲୁ ନ ଥିବା ବେଳେ କିଛି ଦିନ ପୂର୍ବେ ସେ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଥିଲେ। ଉକ୍ତ ପୋଷ୍ଟରେ ଜଣେ ବ୍ୟକ୍ତି ନିଜ ହାତରେ ଶ୍ରଦ୍ଧା ନାଁର ମେହେନ୍ଦୀ ଲଗାଉଥିବା ବେଳେ ତାଙ୍କ ମୁହଁରେ କିନ୍ତୁ ହାର୍ଟ ଆକୃତିର ଷ୍ଟିକର ଥିଲା। ତେଣୁ ଶ୍ରଦ୍ଧା ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଫ୍ୟାନ୍ସ ଜାଣି ସାରିଥିବା ବେଳେ କାହାକୁ ବିବାହ କରିବେ ତାକୁ ନେଇ ଦେଖାଦେଇଥିଲା ଉତ୍ସୁକତା।  ଏହାପରେ  ଉଭୟଙ୍କ ବିବାହ ପୋଷ୍ଟ ହେବା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।

The post ବିବାହ କଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଶ୍ରଦ୍ଧା, ଜାଣନ୍ତୁ, କାହାକୁ କଲେ ଜୀବନସାଥୀ appeared first on Odisha Reporter.



from Odisha Reporter https://ift.tt/3CpbK5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages