ପାକିସ୍ତାନ ଗାଇଲା କଶ୍ମୀର ଆଳାପ, ଭାରତ ଦେଲା କଡ଼ା ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

ପାକିସ୍ତାନ ଗାଇଲା କଶ୍ମୀର ଆଳାପ, ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ: ପୁଣି ଥରେ କଶ୍ମୀର ଆଳାପ ଗାଇଲା ପାକିସ୍ତାନ। ହେଲେ ସବୁଥର ପରି ଏଥର ବି ଭାରତ ଦେଲା କଡ଼ା ଜବାବ । କଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରିବାକୁ ଗୋଟିଏ ବି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁ ନ ଥିବା ପାକିସ୍ତାନକୁ ସବୁଥର ପରି ଏଥର ବି ନିରାଶ ହେବାକୁ ପଡ଼ିଛି।

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁନେସ୍କୋ) ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାଇବା ସୁଯୋଗକୁ ପାକିସ୍ତାନ ହାତ ଛଡ଼ା କରି ନ ଥିବା ବେଳେ ଭାରତ ମଧ୍ୟ ଦେଇଛି ମୁହଁତୋଡ଼ ଜବାବ। ୟୁଏନ୍‌ର ସିକ୍ୟୁରିଟି କାଉନସିଲରେ ଭାରତର ପ୍ରଧିନିଧିତ୍ୱ କରୁଥିବା ଭାରତର ସ୍ଥାୟୀ ୟୁଏନ୍‌ ମିଶନର ଲିଗାଲ ଆଡଭାଇଜର ଡା. କାଜଲ ଭଟ୍ଟ ଏହି ପ୍ରସଙ୍ଗ ଉଠାଇ ପାକିସ୍ତାନର ଆଲୋଚନା କରିଛନ୍ତି।

ଜମ୍ମୁ-କଶ୍ମୀରର ବାସିନ୍ଦା ହୋଇଥିବା ଡକ୍ଟର ଭଟ୍ଟ କହିଛନ୍ତି, ୟୁଏନ୍‌ ସଦସ୍ୟ ଏ ସମ୍ପର୍କରେ ଅବଗତ ଅଛନ୍ତି ଯେ, ପାକିସ୍ତାନ ସବୁବେଳେ ଆତଙ୍କବାଙ୍କୁ ଖୁଲମଖୁଲା ସମର୍ଥନ ଜଣାଇ ଆସୁଛି । ଆତଙ୍କବାଦୀଙ୍କୁ ସହାୟତା ଓ ଶରଣ ଦେବା ପାକିସ୍ତାନର ପୁରୁଣା ଇତିହାସ ଓ ନୀତି।

ପାକିସ୍ତାନ ତରଫରୁ ପ୍ରଧିନିଧୀତ୍ୱ କରୁଥିବା ମୁନୀର ଅକମରଙ୍କ ତରଫରୁ ଏହି ପ୍ରସଙ୍ଗ ଉଠାଯିବା ପରେ ଏହାର ଜବାବ ଦେବାକୁ ଯେଇ କାଜଲ ଭଟ୍ଟ କହିଛନ୍ତି, କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀର ଓ ଲଦାଖ ସବୁବେଳେ ଅଖଣ୍ଡ ଭାରତର ଅଙ୍ଗ ଅଟେ ଓ ରହିବ । ଯାହାର କେତକ ଅଂଶକୁ ପାକିସ୍ତାନ ଅବୈଧ ଭାବେ କବଜା କରି ରଖିଛି। ପାକିସ୍ତାନ ଅବୈଧ ଭାବେ କବଜା କରିଥିବା ଅଞ୍ଚଳକୁ ତୁରନ୍ତ ଖାଲି କରୁ ବୋଲି ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହାବାଦ ସେ କହିଛନ୍ତି,  ପାକିସ୍ତାନ ଏପରି ଏକ ଦେଶ ଯାହା ଆତଙ୍କବାଦୀଙ୍କୁ ଖୁଲା ସମର୍ଥନ ଦେଉଥିବା ଦେଶ ହିସାବରେ ସମଗ୍ର ବିଶ୍ୱରେ ପରିଚିତ।  ଆତଙ୍କବାଦୀ ସଂସ୍ଥାକୁ ଫଣ୍ଡି, ହତିଆର, ଟ୍ରେନିଂ ଦେବା ।  ଏହି ଦେଶର ଜାତୀୟ ନୀତି । ୟୁନିସ୍କୋ ତରଫରୁ ଘୋଷିତ ଆତଙ୍କବାଦୀଙ୍କ ଲିଷ୍ଟର ସବୁଠୁ ଅଧିକ ଏହି ଦେଶରେ ହିଁ ଅଛନ୍ତି।

ଏଥିସହ ସେ କହିଛନ୍ତି, ପାକିସ୍ତାନ ତରଫରୁ ବର୍ଡର ପାର ହୋଇ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଭାରତ ପକ୍ଷରୁ କଡ଼ା ପହରା ଦିଆଯାଉଛି। ଭାରତ ପାକିସ୍ତାନ ସମେତ ନିଜର ସମସ୍ତ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ରଖିବାକୁ ସବୁବେଳେ ଚେଷ୍ଟିତ । ଏହାବାଦ ଲାହୋର ବୁଝାମଣା ଓ ଶିମଲା ବୁଝାମଣା ପତ୍ର ଅଧୀନରେ ଶାନ୍ତିପୂର୍ଣ୍ଣ ଭାବେ ଯେକୌଣସି ସମସ୍ୟାର ସମାଧାନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ।

The post ପାକିସ୍ତାନ ଗାଇଲା କଶ୍ମୀର ଆଳାପ, ଭାରତ ଦେଲା କଡ଼ା ଜବାବ appeared first on Odisha Reporter.



from Odisha Reporter https://ift.tt/3wShpj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages