ବମ୍ବେ: ଶିଳ୍ପାଙ୍କ ଖୁସିରେ କାହାର ନଜର ଲାଗିଛି। ପୂର୍ବରୁ ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଫସିଥିବା ବେଳେ କିଛି ଜାଣି ନ ଥିବା କହୁଥିବା ଏଥର କିନ୍ତୁ ବିବାଦ ଘେରରେ ଫସିଛନ୍ତି । ଏଥର ସ୍ୱାମୀ ରାଜଙ୍କ ସହ ଶିଳ୍ପା ବି ବିବାଦ ଘେରକୁ ଟାଣି ହୋଇଛନ୍ତି।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଜଣେ ବ୍ୟବସାୟୀ ନୀତିନ ବରଇ ଶିଳ୍ପା ତାଙ୍କ ସ୍ୱାମୀ ରାଜ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଦେଢ କୋଟି ଟଙ୍କାର ଧୋକାଦାରୀ ମାମଲା ରୁଜୁ ହୋଇଛି। ଉଭୟଙ୍କ ନାଁରେ ବାନ୍ଦ୍ରା ପୁଲିସ୍ ଷ୍ଟେଶନରେ ଦେଢ କୋଟି ଟଙ୍କା ହଡ଼ପ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ପଚରାଉଚରା କରିବାକୁ ସଜବାଜ ହେଉଛି।
ନୀତିନଙ୍କ ଅଭିଯୋଗ ଅନୁଯାୟୀ, ଜୁଲାଇ ୨୦୧୪ ମସିହାରେ ଏସଏଫଏଲ୍ ଫିଟନେସ୍ କମ୍ପାନୀର ନିର୍ଦ୍ଦେଶକ, ରାଜ, ଶିଳ୍ପାଙ୍କ ସମେତ ଆଉ କିଛି ଲୋକ ତାଙ୍କୁ ନିଜ କମ୍ପାନୀରେ ଦେଢ କୋଟି ଟଙ୍କା ଖଟାଇ ଲାଭ କମାଇବାକୁ ପ୍ରବର୍ତ୍ତାଇଥିଲେ। ଏପରିକି ଏହି କମ୍ପାନୀ ତରଫରୁ ତାଙ୍କୁ ଏକ ଫ୍ରାଞ୍ଜାଇଜ୍ ଦିଆଯିବ ଓ ପୁନେରେ ଏକ ଜିମ୍ ଓ ସ୍ପା ସେଣ୍ଟର ଖୋଲିବାକୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ବି କୁହାଯାଇଥିଲା। ମାତ୍ର ଏପରି କିଛି ହେଲା ନାହିଁ। ଟଙ୍କା ନେବା ପରେ ଆଉ କେହି ଧରାଛୁଆଁ ଦେଲେନି।
ଏପରିକି ଟଙ୍କା ଫେରସ୍ତ କରିବାକୁ କହିବାକୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ବି ଦିଆଗଲା। ପୁଲିସ୍ ଏହି ପୂରା ମାମଲାର ତଦନ୍ତ ଆରମ୍ଭ କରିଛି। ଖୁବ୍ ଶୀଘ୍ର ପଚରାଉଚରା କରିବ ବୋଲି ଜଣାଯାଇଛି।
ଅଶ୍ଳୀଳ ଭିଡିଓ ତିଆରି କରୁଥିବା ମାମଲାରେ ରାଜ କୁନ୍ଦ୍ରା ଦୀର୍ଘ ଦିନ ଜେଲ୍ରେ ରହି ଫେରିବା ପରେ କିଛି ଦିନ ପୂର୍ବେ ବାହାରକୁ ଆସିଛନ୍ତି। ଏହାମଦ୍ୟରେ ସେ ସୋଶାଲ ମିଡିଆରୁ ଦୂରେଇ ଯାଇଥିବା ବେଳେ ଏ ଇନଷ୍ଟା, ଟ୍ୱିଟରରୁ ନିଜ ଆକାଉଣ୍ଟ ଡିଲିଟ କରି ଦେଇଥିଲେ । ରାଜ ପ୍ରଥମ ଥର ପାଇଁ ଦୀର୍ଘ ଦେଢ଼ ମାସ ପରେ ଲୋକଙ୍କ ସାମ୍ନାକୁ ଆସିଥିଲେ । ଉଭୟ ରାଜ ଓ ଶିଳ୍ପା ଦେବୀ ଦର୍ଶନ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ ।
The post ପୁଣି ଫସିଲେ ରାଜ-ଶିଳ୍ପା, ହେବେ କି ଗିରଫ ? appeared first on Odisha Reporter.
from Odisha Reporter https://ift.tt/3ovdCV4
No comments:
Post a Comment