ନକ୍ସଲଙ୍କ ବର୍ବର କାଣ୍ଡ: ୪ ଜଣଙ୍କୁ ଘରୁ ଟାଣି ଆଣି ଫାଶିରେ ଝୁଲାଇଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

ନକ୍ସଲଙ୍କ ବର୍ବର କାଣ୍ଡ: ୪ ଜଣଙ୍କୁ ଘରୁ ଟାଣି ଆଣି ଫାଶିରେ ଝୁଲାଇଦେଲେ

ପାଟନା: ପୁଣି ରକ୍ତର ହୋଲି ଖେଳିଛନ୍ତି ନକ୍ସଲ। ବିହାର ଗୟାର ମୁନବାର ଗାଁରେ ନକ୍ସଲମାନେ ବର୍ବର କାଣ୍ଡ ଘଟାଇଛନ୍ତି। ଘର ଭିତରୁ ଟାଣି ଆଣି ୪ ଜଣଙ୍କୁ ଫାଶିରେ ଝୁଲାଇ ଦେଇଛନ୍ତି ନକ୍ସଲ। ଏଥିସହ ଡିନାମାଇଟ ଲଗାଇ ସେମାନଙ୍କ ଘର ମଧ୍ୟ ଉଡାଇ ଦେଇଛନ୍ତି। ପ୍ରତିଶୋଧ ପରାୟଣ ହୋଇ ନକ୍ସଲମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି।

ସୂଚନା ମୁତାବକ, ଗୟା ଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମୁନବାର ଗାଁରେ ଦୁଇ ମହିଳାଙ୍କ ସମେତ ମାଓବାଦୀମାନେ ଚାରି ଜଣଙ୍କୁ ହତ୍ୟା କରିଛନ୍ତି। ଚାରିଜଣଙ୍କୁ ଘର ବାହାରେ ଥିବା ଏକ ଖୁଣ୍ଟରେ ଝୁଲାଇ ଫାଶି ଦେଇଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାରୀଙ୍କ ମଧ୍ୟରେ ଗୋଟିଏ ଘରର ହିଁ ଦୁଇଜଣ ସ୍ୱାମୀ ଏବଂ ସେମାନଙ୍କ ପତ୍ନୀ ଅଛନ୍ତି। ସେମାନଙ୍କ ଘରକୁ ବୋମାରେ ଉଡାଇବା ସହ ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ କହିବା ମୁତାବକ, ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ସତୈନ୍ଦ୍ର ସିଂ, ମହେନ୍ଦ୍ର ସିଂ, ମନୋରମା ଦେବୀ ଏବଂ ସୁନୀତା ସିଂ ଅଛନ୍ତି। ମାଓବାଦୀମାନେ ମୃତଦେହ ନିକଟରେ ଏକ ପୋଷ୍ଟର ମାରିଛନ୍ତି। ଏଥିରେ ଲେଖାଯାଇଛି ଯେ ମାନବିକତାର ହତ୍ୟାକାରୀ, ଦେଶଦ୍ରୋହୀ ତଥା ବିଶ୍ୱାସଘାତକଙ୍କୁ ମୃତ୍ୟୁ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ହେଉଛି ତାଙ୍କର ଚାରିଜଣ ସାଥୀ ଅମରଶ, ସୀତା, ଶିବପୁଜନ ଏବଂ ଉଦୟଙ୍କ ହତ୍ୟାର ପ୍ରତିଶୋଧ। ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିବ। ଘଟଣାସ୍ଥଳରେ ମରାଯାଇଥିବା ପୋଷ୍ଟରରେ ଜନ ମୁକ୍ତି ଛାପାକର ସେନା, ମଧ୍ୟ ଜୋନ୍ ଝାଡଖଣ୍ଡ, ସିପିଆଇ (ମାଓବାଦୀ) ଙ୍କ ନାଁ ଉଲ୍ଲେଖ ରହିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗୟା ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

କିଛି ଦିନ ତଳେ ଏହି ଅଞ୍ଚଳରେ ନକ୍ସଲ ଏବଂ CRPF ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଜୋନାଲ କମାଣ୍ଡର ଏବଂ ତିନି ସବ-ଜୋନାଲ କମାଣ୍ଡର ଥିଲେ। ସେବେଠାରୁ ନକ୍ସଲମାନେ ଏହି ପରିବାର ଉପରେ ନଜର ରଖିଥିଲେ। ଏହି ପରିବାର ଯୋଗୁଁ ସେମାନଙ୍କ ସାଥୀଙ୍କୁ ହତ୍ୟା କରାଯାଇଛି ବୋଲି ନକ୍ସଲମାନେ ସନ୍ଦେହ କରିଥିଲେ।

The post ନକ୍ସଲଙ୍କ ବର୍ବର କାଣ୍ଡ: ୪ ଜଣଙ୍କୁ ଘରୁ ଟାଣି ଆଣି ଫାଶିରେ ଝୁଲାଇଦେଲେ appeared first on Odisha Reporter.



from Odisha Reporter https://ift.tt/3qCkl2w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages