ଯିଏ ମାଡ଼ ଖାଇଲା ତାକୁ ପୁଲିସ୍‌ ଟେକିନେଲା, ଯିଏ ମାରିଲା ସିଏ ଖସିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ଯିଏ ମାଡ଼ ଖାଇଲା ତାକୁ ପୁଲିସ୍‌ ଟେକିନେଲା, ଯିଏ ମାରିଲା ସିଏ ଖସିଗଲା

ସମ୍ବଲପୁର(ସଞ୍ଜୟ ଜେନା): ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ମୁହାଁମୁହିଁ ହେଲେ ବିଜେଡି -କଂଗ୍ରେସ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି ଗତକାଲିଠୁ କଂଗ୍ରେସ, ବିଜେପି ଖୋଲାଖୋଲା ଚେତାବନୀ ଦେଇଥିବା ବେଳେ ପ୍ରତି ଛକରେ ଜଗୁଛି ପୁଲିସ୍‌। ଏପରିକି ଗତରାତିରେ ବହୁ ବିଜେପି, କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ଅଟକ ରଖିଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି-କଂଗ୍ରେସ କର୍ମୀ।

ମୁଖ୍ୟମନ୍ତ୍ରୀଙ୍କର ଆଜି ବିଜେପୁର ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଅଲିବାଲି ଛକ କିଛି କ୍ଷଣ ପାଇଁ ରଣକ୍ଷେତ୍ର  ପାଲଟି ଯାଇଥିଲା । ପୁଲିସ୍‌ ଉପସ୍ଥିତିରେ ବିଜେଡି କର୍ମୀ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ପୁଲିସ୍‌ ସାଜିଲା ମୁକସାକ୍ଷୀ। ହେଲେ ଆଇଆଇସି ଏପରି ଘଟଣା ନଜରକୁ ଆସି ନ ଥିବା କହି ସମ୍ପୂର୍ଣ୍ଣ ଘଟଣାକୁ ଏଡ଼ାଇ ଯାଇଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଯୁବ କଂଗ୍ରେସ କର୍ମୀ ହାତରେ ଅଣ୍ଡା ଓ କଳା ପତକା ଧରି ଅଲିବାଲି ଛକରେ ଛକି ରହିଥିଲେ। ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚିଥିଲା। ଏହା ପରେ ପରେ ହାତରେ ବିଜେଡି ପତାକା ଧରି କିଛି ଯୁବକ ପହଞ୍ଚିଥିଲେ। ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲେ। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ୪ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଛନ୍ତି ବିଜେଡି କର୍ମୀ । ଏହି ଆକ୍ରମଣରେ  କଂଗ୍ରେସର ଆଜାଦ ପତି, ନିହାର ବେହେରା, ରମୋଣି ଗନ୍ତା ଆହତ ହୋଇଛନ୍ତି।  ଏପରିକି ପୁଲିସ୍‌ ଭ୍ୟାନରେ କଂଗ୍ରେସ କର୍ମୀ ବସିଲା ପରେ ବି ଭ୍ୟାନରୁ ଟାଣି ଆଣି ସେମାନଙ୍କୁ ମାଡ଼ ମାରିଲେ ବିଜେଡି କର୍ମୀ।

ପୁଲିସ୍‌ ଉପସ୍ଥିତିରେ ଏତେ ସବୁ ଘଟଣା ଘଟିଥିବା ବେଳେ କିଛି ଜାଣି ନ ଥିବା କି ଦେଖି ନ ଥିବା କହିଛନ୍ତି ସେଠାରେ ଉପସ୍ଥିତି ଥିବା ଆଇଆଇସି। ବରଗଡ଼ ଟାଉନଥାନା  ଆଇଆଇସି ସଦାନନ୍ଦ ପୂଜାରୀ କହିଛନ୍ତି,ମୋ ଉପସ୍ଥିତିରେ କିଛି ମାରପିଟ ହୋଇ ନାହିଁ। ମୁଁ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ହେପାଜତକୁ ନେଇଥିବା କହିଛନ୍ତି

ଏହାଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି। ଏପରିକି ଯିଏ ମାଡ଼ ଖାଇଲା ତାକୁ ପୁଲିସ୍‌ ଉଠାଇ ନେଲା। ହେଲେ ଯିଏ ମାଡ଼ ମାରିଲା ସିଏ ପଳାଇଲା ବୋଲି କହିଛନ୍ତି କଂଗ୍ରେସ ନେତା।

ସୂଚନାଯୋଗ୍ୟ, ଗତକାଲି ମନ୍ତ୍ରୀ ଟୁକୁନି ସାହୁଙ୍କ ବରଗଡ଼ ଗସ୍ତ ଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହିପରି ବିରୋଧ କରାଯିବ ବୋଲି ଗତକାଲି ଚେତାବନୀ ଦିଆଯାଇଥିବା ବେଳେ ସବୁ ଛକରେ ଜଗିଛି ପୁଲିସ୍‌।  ଜିଲ୍ଲା ସାରା  ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

The post ଯିଏ ମାଡ଼ ଖାଇଲା ତାକୁ ପୁଲିସ୍‌ ଟେକିନେଲା, ଯିଏ ମାରିଲା ସିଏ ଖସିଗଲା appeared first on Odisha Reporter.



from Odisha Reporter https://ift.tt/30l2G3X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages