୪ ଘଣ୍ଟା ପାଇଁ ମୋଦିଙ୍କ ଲାଗି ଖର୍ଚ୍ଚ ହେବ ୨୩ କୋଟି ଟଙ୍କା, ଜାଣନ୍ତୁ କେଉଁଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

୪ ଘଣ୍ଟା ପାଇଁ ମୋଦିଙ୍କ ଲାଗି ଖର୍ଚ୍ଚ ହେବ ୨୩ କୋଟି ଟଙ୍କା, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଏହି ଅବସରରେ ମୋଦି ସ୍ୱତନ୍ତ୍ରତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା ଆଦିବାସୀ ଯୋଦ୍ଧା ବିର୍ସା ମୁଣ୍ଡା ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ମୋଦି ଭୋପାଳରେ ୪ ଘଣ୍ଟା ରହିବେ। ସେଥି ମଧ୍ୟରୁ ଜାମ୍ବୋରୀ ମଇଦାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧ ଘଣ୍ଟା ୧୫ ମିନିଟ୍ ମଞ୍ଚରେ ଉପସ୍ଥିତ ରହିବେ। ଏହି ୪ ଘଣ୍ଟା କାର୍ଯ୍ୟକ୍ରମ ପାଇଁ  ରାଜ୍ୟ ସରକାର ମୋଟ ୨୩ କୋଟି ଟଙ୍କା ଖର୍ଚ୍ଚ କରିବେ। ଆଦିବାସୀମାନେ ବସିବା ପାଇଁ ବଡ ବଡ଼ ପେଣ୍ଡାଲ ମଧ୍ୟ ନିର୍ମାଣ କରାଯାଇଛି।

ଏକ ସପ୍ତାହରୁ ୩୦୦ରୁ ଅଧିକ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୧୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିରୁ ଜାମ୍ବୋରି ମଇଦାନକୁ ଲୋକଙ୍କୁ ଆଣିବା ପାଇଁ  ୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବ୍ୟତୀତ ‌ଅନ୍ୟ କେତେକ ମୁଖ୍ୟ ମଞ୍ଚରେ ଉପସ୍ଥିତ ରହିବେ।  ଏହି ଅବସରରେ ପିପିପି ମୋଡରେ ୪୫୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ହବିଗଞ୍ଜ ରେଲୱେ ଷ୍ଟେଶନର ଉଦଘାଟଠନ କରିବେ। ଏହି ଷ୍ଟେସନର ନିର୍ମାଣ ଶୈଳୀ ଜର୍ମାନୀର ହେଡେଲବର୍ଗ ରେଳ ଷ୍ଟେସନ ଭଳି ହୋଇଛି। ଷ୍ଟେସନର ନବୀକରଣ ଜୁଲାଇ ୨୦୧୬ରେ ଆରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ  ୩୦ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୫୦୦୦ ରୁ ଅଧିକ ପୁଲିସ ନିୟୋଜିତ ହେବେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୋପାଳ ପୁଲିସ  ହୋଟେଲରେ ରହୁଥିବା ବାହାର ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ଆରମ୍ଭ କରିଛି। ଆଦିବାସୀଙ୍କ ଉଦ୍ଦେଶ୍ୟରେ ଜନଜାତି ଗୌରବ ଦିବସ ପାଳନ କରାଯାଉଥିବା ବେଳେ ଏହା ସପ୍ତାହେ ବ୍ୟାପିଚାଲିବ। ଆୟୋଜିତ କାର୍ଯ୍ୟକ୍ରମ ବିର୍ସା ମୁଣ୍ଡା ଏବଂ ଅନ୍ୟାନ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣୀୟ କରାଯିବ।

ଏଥିପାଇଁ ୫୨ ଟି ଜିଲ୍ଲାରୁ ଆସୁଥିବା ଆଦିବାସୀଙ୍କ ପାଇଁ ଯିବାଆସିବା , ସେମାନଙ୍କ ରହଣି ଓ ଖାଦ୍ୟପାନୀୟ ବାବକୁ ରାଜ୍ୟ ସରକାର ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।  ସେହିପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିସହ ୫ଟି ଗମ୍ଭୁଜ, ଟେଣ୍ଟ,ସାଜସଜଜ୍ଜା ଏବଂ ପ୍ରଚାର ପାଇଁ ୯ କୋଟିରୁ ଅଧିକ ଖର୍ଚ୍ଚ ହେବ।  ମଧ୍ୟପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ପାଇଁ ୪୭ ଟି ସିଟ୍ ସଂରକ୍ଷିତ ଅଛି। ୨୦୦୮ରେ ବିଜେପି ୨୯ ସିଟ୍‌ ଜିତିଥିଲା।।  ୨୦୧୩ ରେ ଏହି ସଂଖ୍ୟା ୩୧କୁ ବୃଦ୍ଧି ପାଇ ଥିଲା । କିନ୍ତୁ ୨୦୧ ରେ ୪୭ଟି ସିଟରୁ  ବିଜେପି ୧୬ ଟି ଅକ୍ଟିଆର କରିଥିଲା।

The post ୪ ଘଣ୍ଟା ପାଇଁ ମୋଦିଙ୍କ ଲାଗି ଖର୍ଚ୍ଚ ହେବ ୨୩ କୋଟି ଟଙ୍କା, ଜାଣନ୍ତୁ କେଉଁଠି appeared first on Odisha Reporter.



from Odisha Reporter https://ift.tt/3kxyIRU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages