ଆଇପିଏଲ ୨୦୨୨: କେଉଁ ଦଳ କେତେ ଟଙ୍କା ଖର୍ଚ୍ଚ କଲେ, କାହା ପାଖରେ ଆଉ କେତେ ଟଙ୍କା ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଆଇପିଏଲ ୨୦୨୨: କେଉଁ ଦଳ କେତେ ଟଙ୍କା ଖର୍ଚ୍ଚ କଲେ, କାହା ପାଖରେ ଆଉ କେତେ ଟଙ୍କା ଅଛି

ନୂଆଦିଲ୍ଲୀ: ୨୦୨୨ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ମଙ୍ଗଳବାର ୮ଟି ଯାକ ଦଳ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି। ନିଲାମ ପୂର୍ବରୁ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ପ୍ରାଞ୍ଚାଇଜ୍‌ମାନେ ରିଲିଜ୍‌ କରି ଦେଇଛନ୍ତି। କିନ୍ତୁ ରୋହିତ ଶର୍ମା ପୂର୍ବଭଳି ମୁମ୍ବାଇ ଇଣ୍ଡିଆନ୍ସ, ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୋନି ଓ ବିରାଟଙ୍କ ତୁଳନାରେ ଜାଡେଜା, ଋଷଭ ପନ୍ତ ଓ ରୋହିତ ଶର୍ମାଙ୍କ ଭଳି ଖେଳାଳି ଅଧିକ ଟଙ୍କା ପାଇବେ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ରଶିଦ ଖାଦ, ଡାଭିଡ ୱାର୍ଣ୍ଣର, ଈଶାନ କିଶନଙ୍କ ଭଳି ଖେଳାଳି ଏଥର ନିଲାମ ପ୍ରକ୍ରିୟାରେ ସାମିଲ ହେବେ। ଏହି ବଡ଼ବଡ଼ ଖେଳାଳିଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ୨୦୨୨ ଆଇପିଏଲରେ ୮ ଟିମ ବଦଳରେ ୧୦ ଟିମ ଖେଳିବେ। ତେଣୁ ୨୦୨୨ ଆଇପିଏଲ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

କେଉଁ ଦଳ କାହାକୁ କେତେ ଟଙ୍କାରେ ରଖିଲେ

ଚେନ୍ନାଇ ସୁପର କିଙ୍ଗ୍ସ – ରବୀନ୍ଦ୍ର ଜାଡେଜା-୧୬ କୋଟ ଟଙ୍କା, ମହେନ୍ଦ୍ର ସିଂହ ଧୋନି-୧୨ କୋଟି ଟଙ୍କା, ମୋଇନ ଅଲୀ-୮ କୋଟି ଟଙ୍କା ଓ ଋତୁରାଜ ଗାଏକ୍ୱାଡ- ୬ କୋଟି ଟଙ୍କା।

ଧାର୍ଯ୍ୟ ୯୦ କୋଟିରୁ ଚେନ୍ନାଇ ୪ ଖେଳାଳିଙ୍କ ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୪୮ କୋଟି ଟଙ୍କା ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା- ୧୬ କୋଟି ଟଙ୍କା, ଯଶପ୍ରୀତ ବୁମ୍ରା-୧୨ କୋଟି ଟଙ୍କା, ସୂର୍ଯ୍ୟ କୁମାର ଯାଦବ-୮ କୋଟି ଟଙ୍କା ଓ କାଏରନ ପୋଲାର୍ଡ- ୬ କୋଟି ଟଙ୍କା।

ଧାର୍ଯ୍ୟ ୯୦ କୋଟିରୁ ମୁମ୍ବାଇ ୪ ଖେଳାଳିଙ୍କ ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୪୮ କୋଟି ଟଙ୍କା ରହିଛି।

କୋଲକାତା ନାଇଟ୍ ରାଇଡର୍ସ- ଆଣ୍ଡ୍ରେ ରସେଲ- ୧୨ କୋଟି, ବରୁଣ ଚକ୍ରବର୍ତ୍ତୀ- ୮ କୋଟି, ଭେଙ୍କଟେଶ ଆୟର-୮ କୋଟି, ସୁନୀଲ ନାରିନ-୬ କୋଟି ଟଙ୍କା।

ଧାର୍ଯ୍ୟ ୯୦ କୋଟିରୁ କୋଲକାତା ୪୨ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୪୮ କୋଟି ଟଙ୍କା ରହିଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲି-୧୫ କୋଟି, ଗ୍ଲେନ ମ୍ୟାକ୍ସୱେଲ-୧୧ କୋଟି ଓ ମହମ୍ମଦ ସିରାଜ-୭ କୋଟି।

ଧାର୍ଯ୍ୟ ୯୦ କୋଟିରୁ ଆରସିବି ୩୩ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୫୭ କୋଟି ଟଙ୍କା ରହିଛି।

ପଞ୍ଜାବ କିଙ୍ଗସ – ମୟଙ୍କ ଅଗ୍ରୱାଲ- ୧୨ କୋଟି ଓ ଅର୍ଶଦୀପ ସିଂହ- ୪ କୋଟି।

ଧାର୍ଯ୍ୟ ୯୦ କୋଟିରୁ ପଞ୍ଜାବ କିଙ୍ଗସ ୧୮ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୭୨ କୋଟି ଟଙ୍କା ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ- ଋଷଭ ପନ୍ତ-୧୬ କୋଟି, ଅକ୍ଷର ପଟେଲ-୯ କୋଟି, ପୃଥ୍ୱୀ ଶ’ ୭.୫ କୋଟି, ଅନରିଚ୍ ନୋର୍ଜେ-୬.୫ କୋଟି।

ଧାର୍ଯ୍ୟ ୯୦ କୋଟିରୁ ଦିଲ୍ଲୀ ୩୯ କୋଟି ଖର୍ଚ୍ଚ କରିଛି। ହେଲେ ନିୟମ ଅନୁସାରେ ଦଳର ପାଣ୍ଠିରୁ ୪୨.୫୦ ଟଙ୍କା କଟିଛି। ଏହାର ଦଳ ପାଖରେ ୪୭.୫ କୋଟି ଟଙ୍କା ରହିଛି।

ରାଜସ୍ଥାନ ରୟାଲ୍ସ – ସଞ୍ଜୁ ସାମସନ-୧୪ କୋଟି ଟଙ୍କା, ଜୋଶ ବଟଲର- ୧୦ କୋଟି ଟଙ୍କା ଓ ଯଶସ୍ୱୀ ଜୈସୱାଲ-୪ କୋଟି ଟଙ୍କା।
ଧାର୍ଯ୍ୟ ୯୦ କୋଟିରୁ ରାଜସ୍ଥାନ ୨୮ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୬୨ କୋଟି ଟଙ୍କା ରହିଛି।

ସନରାଇଜର୍ସ ହାଇଦ୍ରାବାଦ – କେନ୍ ୱିଲିୟମସନ- ୧୪ କୋଟି, ଅବଦୁଲ ସମାଦ- ୪କୋଟି ଓ ଉମ୍ରାନ ମଲିକ- ୪ କୋଟି।

ଧାର୍ଯ୍ୟ ୯୦ କୋଟିରୁ ହାଇଦ୍ରାବାଦ ୨୨ କୋଟି ଖର୍ଚ୍ଚ କରିଛି। ଏବେ ଦଳ ପାଖରେ ୬୮ କୋଟି ଟଙ୍କା ରହିଛି।

The post ଆଇପିଏଲ ୨୦୨୨: କେଉଁ ଦଳ କେତେ ଟଙ୍କା ଖର୍ଚ୍ଚ କଲେ, କାହା ପାଖରେ ଆଉ କେତେ ଟଙ୍କା ଅଛି appeared first on Odisha Reporter.



from Odisha Reporter https://ift.tt/3D4dMs0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages