ଲାଇଭ୍‌ ରିପୋର୍ଟିଂ ବେଳେ ସାମ୍ବାଦିକାଙ୍କୁ ଚାପୁଡା ମାରିଲେ, ଛେପ ପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଲାଇଭ୍‌ ରିପୋର୍ଟିଂ ବେଳେ ସାମ୍ବାଦିକାଙ୍କୁ ଚାପୁଡା ମାରିଲେ, ଛେପ ପକାଇଲେ

ରୋମ: ଲାଇଭ ରିପୋର୍ଟିଂ ବେଳେ ମହିଳା ସାମ୍ବଦିକଙ୍କୁ ଦୁର୍ବ୍ୟବହାର। ଅନ୍‌ ଏୟାର୍‌ରେ ଥିବା ବେଳେ ମାରିଲେ ଚାପୁଡା। କେବଳ ସେତିକି ନୁହେଁ ତାଙ୍କ ଉପରେ ଛେପ ମଧ୍ୟ ପକାଇଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଇଟାଲୀରେ।

ଇଟାଲୀର ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ବାହାରେ ଠିଆ ହୋଇ ଜଣେ ମହିଳା ସାମ୍ବାଦିକ ଲାଇଭ୍‌ ରିପୋର୍ଟିଂ କରୁଥିବା ବେଳେ ତାଙ୍କ ସହ କିଛି ଦର୍ଶକ ଏଭଳି ଦୁର୍ବ୍ୟବହାର କରିଛନ୍ତି। ଫୁଟ୍‌ ବଲ୍‌ ମ୍ୟାଚ୍‌ ଦେଖିବା ପରେ କିଛି ଦର୍ଶକ ବାହାରକୁ ଆସି ଇତାଲବି ଟିଭି ରିପୋର୍ଟରଙ୍କୁ ଲାଇଭ୍‌ ଟେଲିକାଷ୍ଟରେ ଚାପୁଡା ମାରିଛନ୍ତି। କେବଳ ସେତିକି ନୁହେଁ ଜଣେ ଦର୍ଶକ ତାଙ୍କ ଉପରେ ଛେପ ମଧ୍ୟ ପକାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ପୁଲିସ ମାମଲା ରୁଜୁ କରି ଉକ୍ତ ଦର୍ଶକର ସନ୍ଧାନ ଜାରି ରଖିଛି।

ଡେଲି ମେଲ୍‌ର ରିପୋର୍ଟ ମୁତାବକ, ମହିଳାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଜାଗୃକତା ବଢ଼ାଇବା ପାଇଁ ଏକ ଫୁଟବଲ୍‌ ମ୍ୟାଚ୍‌ର ଆୟୋଜନ ହୋଇଥିଲା। ଟୋସ୍କାନା ଟିଭିର କ୍ରୀଡା ସାମ୍ବାଦିକା ଗ୍ରେଟା ବେକାଗ୍ଳିଆ ମ୍ୟାଚ୍ ପରେ ଦର୍ଶକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ କାର୍ଲୋ କାଷ୍ଟେଲାନି ଷ୍ଟାଡିୟମ ବାହାରେ ଲାଇଭ୍ ରିପୋର୍ଟିଂ କରୁଥିଲେ।

ଏହି ମ୍ୟାଚ୍‌ରେ ଫିରେଣ୍ଟିନା ଦଳ ୨-୧ ସିରିଜ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ସାମ୍ବାଦିକ ବେକାଗ୍ଳିଆ ମ୍ୟାଚ୍ ପରେ ନିରାଶ ହୋଇଥିବା ଫିଓରେଣ୍ଟିନା ପ୍ରଶଂସକଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏତିକି ବେଳେ ଦୁଇଜଣ ବ୍ୟକ୍ତି ତାଙ୍କ ପଛରୁ ଆସି ତାଙ୍କୁ ଚାପୁଡ଼ା ମାରିଥିଲେ। ମହିଳା ସାମ୍ବାଦିକଙ୍କୁ ଲାଇଭ୍ ଚାପୁଡା ମାରିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ହାତରେ ଛେପ ପକାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଜଣେ ବ୍ୟକ୍ତି କ୍ୟାମେରା ସାମ୍ନାକୁ ଆସି ତାଙ୍କୁ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲା।

ବତ୍ତୋମାନ ବେକାଗ୍ଳିଆ ତାଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ଏଥିସହିତ ଟସ୍କାନା ଟିଭି କହିଛି ଯେ ଯାହା ଘଟିଲା ତାହା ଗ୍ରହଣୀୟ ନୁହେଁ ଏବଂ ଏହା ପୁନରାବୃତ୍ତି ହେବା ଉଚିତ୍ ନୁହେଁ। ଅନ୍ୟପକ୍ଷରେ, ‘ଅର୍ଡର ଅଫ୍ ଜର୍ଣ୍ଣାଲିଷ୍ଟ ଅଫ୍‌ ଟସ୍କନୀ’ ଏହି ଘଟଣାକୁ ‘ନିର୍ଯାତନାର ଏକ ଗୁରୁତର ଘଟଣା’ ବୋଲି ବର୍ଣ୍ଣନା କରିଛି। ଫୁଟବଲ ପ୍ରଶଂସକଙ୍କ ନିନ୍ଦନୀୟ ଆଚରଣ ବିରୋଧରେ ସ୍ୱର ମଧ୍ୟ ଉଠାଇଛି।

The post ଲାଇଭ୍‌ ରିପୋର୍ଟିଂ ବେଳେ ସାମ୍ବାଦିକାଙ୍କୁ ଚାପୁଡା ମାରିଲେ, ଛେପ ପକାଇଲେ appeared first on Odisha Reporter.



from Odisha Reporter https://ift.tt/3ll77Uf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages