ଘର ଖାଦ୍ୟକୁ ଦେଶମୁଖଙ୍କ ମନ, କୋର୍ଟ କହିଲେ- ପ୍ରଥମେ ଜେଲ୍‌ ଖାଦ୍ୟ ଚାଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଘର ଖାଦ୍ୟକୁ ଦେଶମୁଖଙ୍କ ମନ, କୋର୍ଟ କହିଲେ- ପ୍ରଥମେ ଜେଲ୍‌ ଖାଦ୍ୟ ଚାଖ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଆଜି ତାଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ପୁଣି ତାଙ୍କୁ୧୪ ଦିନିଆ ଇଡିର ବିଚାର ବିଭାଗୀୟ ହେପାଜତ ପଠାଇ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ।

ଅନୀଲ ଦେଶମୁଖଙ୍କ ତରଫରୁ ଜେଲରେ ଘର ଖାଦ୍ୟ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ତାଙ୍କର ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ‘ପ୍ରଥମେ ଜେଲ୍ ଖାଦ୍ୟ ଖାଅ, ଯଦି ଏଥିରେ କୌଣସି ତ୍ରୁଟି ବାହାରେ ତେବେ ପରେ ମୁଁ ବିଚାର କରିବି।’ ସେପଟେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଶଯ୍ୟା ପାଇଁ ମଧ୍ୟ ଦେଶମୁଖଙ୍କ ତରଫରୁ ଦାବି କରାଯାଇଥିଲା, ଯାହାକୁ କୋର୍ଟ ଅନୁମତି ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଅନୀଲ ଦେଶମୁଖଙ୍କ ଇଡି ହେପାଜତ ଆଜି ଶେଷ ହୋଇଛି। ଗତଥର ଇଡି ସଚିନ ବାଜେଙ୍କ ସହ ମୁହାଁମୁହିଁ ପଚରାଉଚରା ପାଇଁ ତାଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟଙ୍କୁ କହିଥିଲା। କିନ୍ତୁ ସଚିନ ଭାଜେ ଏବେ ମଧ୍ୟ ମୁମ୍ବାଇ କ୍ରାଇମ ଶାଖାରେ ଅଛନ୍ତି। ତେଣୁ ସଚିନ ଏବଂ ଦେଶମୁଖଙ୍କ ଏଯାଏଁ ମୁହାଁମୁହିଁ ପଚରାଉଚରା ହୋଇନାହିଁ।

ମନି ଲଣ୍ଡରିଂ ଓ ବଟି ଆଦାୟ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ନଭେମ୍ବର ୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ପରେ ନଭେମ୍ବର ୬ରେ ସ୍ୱତନ୍ତ୍ର ଅବସରକାଳୀନ କୋର୍ଟ ଇଡିର ରିମାଣ୍ଡ ଆବେଦନକୁ ଖାରଜ କରି ଅନୀଲ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ପରିବର୍ତ୍ତନ କରି ତାଙ୍କୁ ନଭେମ୍ବର ୧୨ ଯାଏ ଇଡି ରିମାଣ୍ତରେ ଛାଡ଼ିଥିଲେ।  ପରେ ଦେଶମୁଖଙ୍କ ରିମାଣ୍ଡ ଅବଧିକୁ ୧୫ ତାରିଖ ଯାଏ ବୃଦ୍ଧି କରାଯାଇଥିଲା।

ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଥିବା ବେଳେ ଶ୍ରୀ ଦେଶମୁଖଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆସିଥିଲା। ସେ ପୁଲିସ୍‌ ଜରିଆରେ ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ କହିଥିଲେ। ଏହାକୁ ନେଇ ବିବାଦ ହେବାରୁ ସେ ଗୃହମନ୍ତ୍ରୀ ପଦ ଛାଡ଼ିଥିଲେ।

The post ଘର ଖାଦ୍ୟକୁ ଦେଶମୁଖଙ୍କ ମନ, କୋର୍ଟ କହିଲେ- ପ୍ରଥମେ ଜେଲ୍‌ ଖାଦ୍ୟ ଚାଖ appeared first on Odisha Reporter.



from Odisha Reporter https://ift.tt/3FlK8A5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages