ନୂଆ ଖୁଲାସା; ‘ଟାଉନ ଟାଇଗର’ ନାଁରେ ଗ୍ରୁପ କରିଥିଲା କେବିଏନ ଗ୍ରୁପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ନୂଆ ଖୁଲାସା; ‘ଟାଉନ ଟାଇଗର’ ନାଁରେ ଗ୍ରୁପ କରିଥିଲା କେବିଏନ ଗ୍ରୁପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ରାଜରାସ୍ତାରେ ଆତଙ୍କରାଜ ଚଳାଇ ଆସିଥିବା କୋଇ ଭି ନହିଁ (କେବିଏନ୍) ଗ୍ରୁପକୁ ନେଇ ନୂଆ ଖୁଲାସା ହୋଇଛି । ସୋଶାଲ ମିଡିଆରେ ସେମାନଙ୍କ ଭିଡିଓ ଭାଇରାଲ ହେବା ପରେ କେବିଏନ୍ ଗ୍ରୁପର ଖିଅ କେତେ ବାଟ ଲମ୍ବଛି  ପୁଲିସ ତାର ତଦନ୍ତ  ଚଳାଇଛି। କେବିଏନ୍ ଗ୍ରୁପର କିଛି ଯୁବକ ‘ଟାଉନ ଟାଇଗର’ ନାଁରେ ଗ୍ରୁପ୍ କରିଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଗ୍ରୁପ କରି  ଦାଦାଗିରି କରି ପତିଆର ଜାହିର କରିବା ଓ ଦାଦାବଟି ଆଦାୟ କରିବା ଏହି ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା। ଏହାସହ ‘ଟାଉନ ଟାଇଗର’ ନାମରେ ସ୍ପେଶାଲ ଗ୍ରୁପ ତିଆରି କରାଯାଇଥିଲା। ସନିଆ ଓରଫ ସନାତନ ଥିଲା ଏହି ଗ୍ରୁପର ଆଡମିନ୍। ତେବେ ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଅନେକ ଯୁବକ  ଏହି ଗ୍ରୁପ ଛାଡ଼ି ସାରିଲେଣି। ଲେଫ୍ଟ ହୋଇଥିବା ଗ୍ରୁପର ଯୁବକଙ୍କୁ ପୁଲିସ ଖୋଜୁଛି।

ସୂଚନାଯୋଗ୍ୟ ଯେ,  କିଛି ଦିନ ପୂର୍ବରୁ ଗ୍ୟାଙ୍ଗର ଆତଙ୍କରାଜ ଭିଡିଓ ଭାଇରାଲ୍ ହୋଇଥିଲା । ଘଟଣାକୁ ଗୁରୁତ୍ୱ ଦେଇ ଏହି ଗ୍ୟାଙ୍ଗର ୫ ଜଣଙ୍କୁ  ପୁଲିସ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା। ସେମାନଙ୍କର ରିମାଣ୍ଡ ଅବଧି ସରିବା ପରେ କୋବିଏନ୍ ଗ୍ରୁପର ୫ ଜଣ ସଦସ୍ୟଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ରିମାଣ୍ଡରେ ନେଇ ପଚରାଉଚରା ବେଳେ କେବିଏନ୍ ଗ୍ରୁପ୍ ସଦସ୍ୟଙ୍କଠାରୁ ଅନେକ ତଥ୍ୟ ହାସଲ କରିଛି ପୁଲିସ।

ଫେରାର ଥିବା ଗ୍ରୁପର ମାଷ୍ଟରମାଇଣ୍ଡ ବୁବୁ ଜେନା ଓ ଅନ୍ୟ ସଦସ୍ୟଙ୍କୁ ଧରିବା ଲାଗି ପୁଲିସ ଚେଷ୍ଟା ଚଳାଇଛି। ବୁବୁକୁ ଧରିବା କମିଶନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି। ଜେରାବେଳେ ପୁଲିସ ଟାଉନ ଟାଇଗର ଗ୍ରୁପ୍ ସଂପର୍କରେ ମଧ୍ୟ ସୁରାଗ ପାଇଥିଲା।

 

The post ନୂଆ ଖୁଲାସା; ‘ଟାଉନ ଟାଇଗର’ ନାଁରେ ଗ୍ରୁପ କରିଥିଲା କେବିଏନ ଗ୍ରୁପ appeared first on Odisha Reporter.



from Odisha Reporter https://ift.tt/3DjSx6v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages