ଆଜି ସନ୍ଧ୍ୟାରେ ବାହାରିବ ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷାଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

ଆଜି ସନ୍ଧ୍ୟାରେ ବାହାରିବ ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷାଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷା ଫଳ। ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚ୍‌ଏସ୍ଇର ଅନୁସାରେ,  https://ift.tt/37b8Gg1 ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ।

ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୧ ତାରିଖରେ ସରିଥିଲା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।୧୩,୦୪୩ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ୨ଟି ଇଲେକ୍ଟିଭ୍‌ ସବ୍‌ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହୋଇଥିଲା।

ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ। ଚଳିତବର୍ଷ ବିଜ୍ଞାନରେ ମୋଟ୍‌ ୮୯ ହଜାର ୯୫୧ ପିଲା ପାସ୍ କରିଥିବା ବେଳେ ୫୫୪୬୮ ପିଲା ପ୍ରଥମ ଶ୍ରେଣୀ, ୧୬୯୪୩ ଦ୍ୱିତୀୟ ଶ୍ରେଣୀରେ ଓ ୧୪୬୩୧ ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି। ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଥିବା ବେଳେ ବାଣିଜ୍ୟ ରେଗୁଲାର ପାସ୍ ହାର ୯୯.୯୫% ରହିଛି। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ୍ ୮ ହଜାର ୩୫୫ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ପାସ୍ ୯୦୬୬ ଜଣ ପିଲା।

ପରୀକ୍ଷା ନଦେଇ ପିଲାମାନଙ୍କ ରେଜଲ୍‌ଟ ପ୍ରକାଶ ପାଇଥିଲା। ଏହାକୁ ନେଇ କେତେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ମନରେ ଥିବା ଅସନ୍ତୋଷ ଦୂର କରିବା ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା।

 

The post ଆଜି ସନ୍ଧ୍ୟାରେ ବାହାରିବ ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷାଫଳ appeared first on Odisha Reporter.



from Odisha Reporter https://ift.tt/3CwrN1n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages