ମୁମ୍ବାଇ: ପୁଣି କଡ ଲେଉଟାଉଛି ମହାମାରୀ କରୋନା। ଧୀରେ ଧୀରେ ପୁଣିଥରେ ଟେକୁଛି ମୁଣ୍ଡ। ସ୍କୁଲ, କଲେଜ ପରେ ଏବେ ଏକ ବୃଦ୍ଧାଶ୍ରମରେ କରୋନା ବୋମା ବିସ୍ଫୋରଣ ହୋଇଛି। ଏଠାରୁ ଏକାଥରକେ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ମହାରାଷ୍ଟ୍ରର ଭିୱଣ୍ଡିରେ ଥିବା ମାତେଶ୍ରୀ ବୃଦ୍ଧାଶ୍ରମରୁ ଏହି ମାମଲା ସାମ୍ନାକୁ ଆସିଛି। ସମସ୍ତ ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଜିଟିଭଙ୍କ ମଧ୍ୟରେ ୬୨ ଜଣଙ୍କ ବୟସ୍କ ବ୍ୟକ୍ତି ଓ ୫ ଜଣ ଆଶ୍ରମର ଷ୍ଟାଫ ଅଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି।
ସଂକମିତ ଚିହ୍ନଟ ହୋଇଥିବା ସମସ୍ତ ବୃଦ୍ଧଙ୍କ ବୟସ ୬୦ରୁ ଅଧିକ ରହିଛି। ଏ ସମସ୍ତଙ୍କୁ ଥାନେ ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ବୃଦ୍ଧାଶ୍ରମ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ସୂଚନା ମୁତାବକ, ଶୁକ୍ରବାର ବୃଦ୍ଧାଶ୍ରମରେ ରହୁଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଶନିବାର ଦିନ ସରକାର ଡାକ୍ତରୀ ଦଳ ଉକ୍ତ ମାତେଶ୍ରୀ ବୃଦ୍ଧାଶ୍ରମକୁ ଯାଇଥିଲେ। ଏଠାରେ ରହୁଥିବା ୧୦୯ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରୁ ସମ୍ପୂର୍ଣ୍ଣ ଟିକା ନେଇସାରିଥିବା ୬୭ଜଣ ପଜିଟିଭ ବାହାରିଥିଲେ। ଏହି ୬୭ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସୁୟୁରେ ଭର୍ତ୍ତି କରାଯାଇଛି। ସେହପରି ୩୦ ଜଣ ଲକ୍ଷଣବିହୀନ ଅଛନ୍ତି। ଅନ୍ୟପଟେ ୧୫ ଜଣ ରୋଗୀଙ୍କ ଜିନୋମ୍ ସିକ୍ୱେନ୍ସ ପାଇଁ ପଠାଯାଇଛି।
The post ବୃଦ୍ଧାଶ୍ରମରେ କରୋନା ବିସ୍ଫୋରଣ, ଏକାଥରକେ ୬୭ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3rjDvdU
No comments:
Post a Comment