ହାଇଦ୍ରାବାଦା: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଆଜି ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହୁରି ବହୁ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ସମସ୍ତେ ମହିଳା ଶ୍ରମିକ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ହାଇଦ୍ରାବାଦ-ବାଙ୍ଗାଲୋର ହାଇୱେରେ ଏକ ଯାତ୍ରୀବାହୀ ଅଟୋ ମହିଳା ଶ୍ରମିକଙ୍କୁ ନେଇ ଯାଉଥିଲା। ଅଟୋଟି ଅନନ୍ତପୁରର ପମିଡି ମଣ୍ଡଳ ଅଞ୍ଚଳରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ଟି ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତେ ଅନନ୍ତପୁରର କୋପଲ୍ଲାକୋଁଡା ଗାଁର ବୋଲି ଜଣାଯାଇଛି। ସବୁ ଗୁରୁତରଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଅଟୋକୁ ପିଟିଦେଲା ଟ୍ରକ୍, ଆଖି ବୁଜିଲେ ୬ ମହିଳା ଶ୍ରମିକ appeared first on Odisha Reporter.
from Odisha Reporter https://ift.tt/3wfOTaQ
No comments:
Post a Comment