ଦୀପାବଳିରେ ଆଖି ବୁଜିଲେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 4, 2021

ଦୀପାବଳିରେ ଆଖି ବୁଜିଲେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ

କୋଲକତା: ତୃଣମୂଳ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଗତ ରାତିରେ ପରଲୋକ ହୋଇଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛି ଦିନ ପୂର୍ବେ ହୃଦଘାତର ଶିକାର ହୋଇଥିବା ସୁବ୍ରତ ମୁଖାର୍ଜୀ କଲିକତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍‌ ଗତ ରାତି ୯ଟା ୨୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ସୁବ୍ରତ ମୁଖାର୍ଜୀଙ୍କ ପରିବାର କହିଲେ କେବଳ ତାଙ୍କ ପତ୍ନୀ ଅଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁବ୍ରତଙ୍କ ମୃତ୍ୟୁ ନେଇ ଘୋଷଣା କରିବା ସହ  ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କାଳିଘାଟସ୍ଥିତ ଘରେ କାଳି ପୂଜା କରୁଥିଲେ। ଏହି ସମୟରେ ଖବର ପାଇ ସୁବ୍ରତ ମୁଖାର୍ଜୀ  ଚିକିତ୍ସିତ ହେଉଥିବା ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ପହଞ୍ଚି ତାଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରିଥିଲେ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁବ୍ରତ ମୁଖାର୍ଜୀ ଆଉ ଆମ ସହ ନାହାନ୍ତି ବୋଲି ବିଶ୍ୱାସ କରି ହେଉନି। ସେ ପାର୍ଟିର ଜଣେ ସମର୍ପିତ ନେତା ଥିଲେ। ଏହା ମୋ ପାଇଁ ବ୍ୟକ୍ତିଗତ କ୍ଷତି। ମୁଖାର୍ଜୀଙ୍କ ମୃତଦେହ ଆଜି ରବୀନ୍ଦ୍ର ସଦନରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଏହାପରେ ମୃତଦେହକୁ ବାଳିଗଞ୍ଜ ନିଆଯିବ ଓ ସେଠାରୁ ତାଙ୍କ ପୈତୃକ ଗାଁକୁ  ନିଆଯିବ ।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ମୋ ଜୀବନରେ ବହୁ ବିପଦର ସମ୍ମୁଖୀନ ହୋଇଛି । ହେଲେ ଏହା ମୋ ଜୀବନର ସବୁଠୁବ ବଡ଼ ଝଟକା। ସୁବତ୍ର ଦା’ଙ୍କ ପରି ବ୍ୟକ୍ତି ଆଉ କେହି ନାହାନ୍ତି। ପାର୍ଟି ଓ ନିର୍ବାଚନ କ୍ଷେତ୍ର ତାଙ୍କ ଆତ୍ମା ଥିଲା। ମୁଁ ସୁବତ୍ର ଦା’ଙ୍କ ମୃତଦେହ ଦେଖିପାରିବି ନାହିଁ। ଗତକାଲି ସନ୍ଧ୍ୟାରେ ସୁବତ୍ର ଦା ଠିକ୍‌ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ଓ ସେ ଆଜି ଘରକୁ ଫେରିବେ ବୋଲି କୁହାଯାଇଥିଲା। ହେଲେ ତା’ ପୂର୍ବରୁ ଏପରି ଅଘଟଣ ଘଟିଗଲା।

ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ କଲିକତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ଜେଲ୍‌ ଯାଇଥିଲେ।  ହେଲେ ଗତ ମେ’ ମାସରେ ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଜାମିନରେ ସେ ଜେଲ୍‌ରୁ ମୁକୁଳିଥିଲେ।

ସୁବ୍ରତ ପୂର୍ବରୁ ମଧୁମେହ, ବାର୍ଦ୍ଧକ୍ୟଜନିତ ବେମାରରେ ପୀଡ଼ିତ ଥିବା ବେଳେ ଗତ ୨୪ ଅକ୍ଟୋବରରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ବେଳେ ଧିରେ ଧିରେ ସେ ସୁସ୍ଥ ହେବାକୁ ଲାଗିଥିଲେ। ମାତ୍ର ହଠାତ୍‌ ଗତକାଲି ତାଙ୍କ ମୃତ୍ୟୁ ହୋଇଛି।

 

The post ଦୀପାବଳିରେ ଆଖି ବୁଜିଲେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ appeared first on Odisha Reporter.



from Odisha Reporter https://ift.tt/3mOCbNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages