୪ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

୪ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ

ଜୟପୁର(ଟି ଗୌରୀଶଙ୍କର): ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ରୁଜୁ ହେଲା ହତ୍ୟା ମାମଲା ।  ୨୦୧୭ ମସିହାରେ କୋରାପୁଟ ଜିଲ୍ଲା ଜୟପୁର ଥାନାରେ ପୁଲିସ୍‌ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ  ହୋଇଥିଲା।  ଏହି ଘଟଣାରେ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି  କ୍ରାଇମବ୍ରାଞ୍ଚ । ଏବେ ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ୨୦୧୭ ମସିହା ଜାନୁଆରୀ ୩୦ ତାରିଖରେ ହତ୍ୟା କରି  ପୁଲିସ୍‌ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ  ହୋଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି   ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ASP ରାମଚନ୍ଦ୍ର ଥମ୍ବ ଏହି ମାମଲାର ତଦନ୍ତ କରିବେ।

ହତ୍ୟା ମାମଲାରେ ସମ୍ପୃକ୍ତ ୪ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ।

ଏହି ହତ୍ୟା ଘଟଣାରେ ୪ ପୁଲିସ୍‌ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି।  ସେମାନେ ହେଲେ   ଜୟପୁର ଟାଉନଥାନାର ପୂର୍ବତନ IIC ତପନ ରଥ,  ଜୟପୁର ଥାନାର ତତ୍କାଳୀନ ପୂର୍ବତନ ସବ୍ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ପୂର୍ବତନ ସବ୍ଇନ୍ସପେକ୍ଟର ରାଜେଶ ବଳିୟାରସିଂ। । ଏହାବାଦ ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଆକାଶ ନାମରେ ୧୪ଟି ଅପରାଧିକ ମାମଲା ରହିଥିଲା। ପିଛା କରିବା ସମୟରେ  ବାଇକ୍‌ରୁ ପଡି  ଆକାଶଙ୍କ ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୋଲିସ କହିଥିଲା। ତେବେ ଏହାକୁ ସହଜେ ଗ୍ରହଣ କରି ନ ଥିଲେ ତାଙ୍କ ପରିବାର ଲୋକ। ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ସେତେବେଳେ ତୁମ୍ବି ତୋଫାନ ହୋଇଥିଲା।

ଏପରିକି ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପି, ଜିଲ୍ଲାପାଳ ତଥା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ  ହୋଇଥିଲେ।  ଏହାପରେ ଘଟଣାର ୪ ବର୍ଷ ପରେ  ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାକୁ ଯାଉଛି।

 

The post ୪ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ appeared first on Odisha Reporter.



from Odisha Reporter https://ift.tt/3loXrbk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages