ସାମାନ୍ୟ ଦୁର୍ଘଟଣାରୁ ଛାତ୍ର ନେତାଙ୍କୁ ପିଟିପିଟି ହତ୍ୟା, ପୁଲିସର ଗାଡ଼ି ଧକ୍କାରେ ମୁଖ୍ୟ ଅଭିଯୁକ୍ତ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ସାମାନ୍ୟ ଦୁର୍ଘଟଣାରୁ ଛାତ୍ର ନେତାଙ୍କୁ ପିଟିପିଟି ହତ୍ୟା, ପୁଲିସର ଗାଡ଼ି ଧକ୍କାରେ ମୁଖ୍ୟ ଅଭିଯୁକ୍ତ ମୃତ

ଗୌହାଟୀ: ସାମାନ୍ୟ ଦୁର୍ଘଟଣା ପାଇଁ ଆସାମର ଜଣେ ଯୁବ ଛାତ୍ର ନେତାଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନୀରଜ ଦାସ ଶେଷରେ ପ୍ରାଣ ହରାଇଛି। ସେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ର ଗାଡ଼ି ଧକ୍କାରେ ତା’ର ଜୀବନ ଯାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ନୀରଜକୁ ଭ୍ୟାନ ଯୋଗେ ନିଆଯାଉଥିଲା। ତେବେ ଅଧା ରାସ୍ତାରେ ସେ ଗାଡ଼ିରୁ ଡେଇଁ ଖସିଯିବାକୁ ଚେଷ୍ଟା କରିଥିଲା। ସେ ଖସି ଯାଉଥିବା ବେଳେ ତା’କୁ ପଛ ପଟୁ ପୁଲିସ୍‌ ଗାଡ଼ି ଧକ୍କା ଦେଇଥିଲା। ଫଳରେ ନୀରଜ ଗୁରୁତର ଆହତ ହୋଇଥିଲା। ତା’କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।

ସୋମବାର ଅଲ ଆସାମ ଷ୍ଟୁଟେଣ୍ଟ ୟୁନିୟନ ଲିଡର ଅନିମେଶ ଭୂୟାଁ(୩୦)ଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ଜୋରହାଟ ଜିଲ୍ଲାରୁ ୧୩ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ନୀରଜ ମଧ୍ୟ ରହିଥିଲା। ଅନିମେଶଙ୍କ ଗାଡ଼ି ଧକ୍କାରେ ଜଣେ ବରିଷ୍ଠ ନାଗରିକ ସାମାନ୍ୟ ଆହତ ହୋଇଥିଲେ।

ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଅନିମେଶଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ବିଚ୍‌ ରାସ୍ତା ଉପରେ ଅନିମେଶଙ୍କୁ ସେମାନେ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ ମଧ୍ୟ କେହି ବି ଏହାକୁ ବିରୋଧ କରି ନଥିଲେ। ନୀରଜ ରାସ୍ତାରେ ଅନିମେଶଙ୍କୁ ଶାର୍ଟକୁ ଭିଡ଼ିଭିଡ଼ ନେବା ସହ ତଳେ ପକାଇ ମାଡ଼ ମାରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଏହି ଘଟଣାରେ ଅନିମେଶଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ସାମ୍ବାଦିକଙ୍କ ସମେତ ଆଉ ଜଣେ ଆହତ ମଧ୍ୟ ହୋଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ପୁଲିସ୍‌ ଆଗରେ ହିଁ ଅନିମେଶଙ୍କୁ ଆକ୍ରମଣ କରାଯାଇଥିଲା। ଲୋକମାନେ ଅନିମେଶଙ୍କୁ ମାଡ଼ ମାରୁଥିଲେ ମଧ୍ୟ ପୁଲିସ୍‌ କୌଣସି ପଦକ୍ଷେପ ନେଇ ନଥିଲା।


ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ନୀରଜ ଦାସକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଏଥିସହ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଚିହ୍ନଟ କରିଥିଲା। ସେମାନେ ହେଲେ ବିଟୁପନ ଦାସ, ବିକ୍ରମ ଦାସ, ସୁଭାଷ ଦାସ, ଅବିନାଶ ବୋରା, ଦେବ ଦାସ ଓ ମୋହନ ଦାସ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘଟଣାକୁ ଗୁରୁତର ସହ ନେଇ ୩୦ ଦିନ ମଧ୍ୟରେ ଘଟଣାର ଚାର୍ଜଶିଟ ଦାଖଲ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟ ସରକାର ଅନିମେଶଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

The post ସାମାନ୍ୟ ଦୁର୍ଘଟଣାରୁ ଛାତ୍ର ନେତାଙ୍କୁ ପିଟିପିଟି ହତ୍ୟା, ପୁଲିସର ଗାଡ଼ି ଧକ୍କାରେ ମୁଖ୍ୟ ଅଭିଯୁକ୍ତ ମୃତ appeared first on Odisha Reporter.



from Odisha Reporter https://ift.tt/3rmT2tl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages