ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଦେଶର ବୀର ସୈନିକଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରୁଛନ୍ତି। ବୀର ଯବାନଙ୍କୁ ଦିଆଯାଉଛି ବୀର ପୁରସ୍କାର।   ପାକିସ୍ତାନର ଯୁଦ୍ଧ ବିମାନ  F-16କୁ ଖସାଇଥିବା ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ତମାନଙ୍କୁ ମିଳିଛି ବୀର ଚକ୍ର ପୁରସ୍କାର। ରାଷ୍ଟ୍ରପତି ଭବନରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାରରେ ସମ୍ମାନୀତ କରିଛନ୍ତି।

‘ଏଫ୍‌-୧୬’ ଲଢୁଆ ବିମାନକୁ ଗୁଳି ମାରି ଖସାଇବାରେ ଏକମାତ୍ର ‘ମିଗ୍‌-୨୧’ ପାଇଲଟ୍‌ ହେଉଛନ୍ତି ଅଭିନନ୍ଦନ। ପୂର୍ବରୁ ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ‘ଗ୍ରୁପ୍‌ କ୍ୟାପ୍‌ଟେନ୍‌’ ପାହ୍ୟାକୁ ଉନ୍ନତୀ କରିଥିଲା। ପାକିସ୍ତାନ ଅଧିକୃତ କଶ୍ମୀରରେ ସେ ଗୋଟାଏ ‘ଏଫ୍‌-୧୬’କୁ ଗୁଳି ମାରି ଖସାଇ ଦେବା ପରେ ପାକିସ୍ତାନୀ ସୈନିକମାନେ ମଧ୍ୟ ଅଭିନନ୍ଦନ ଚଳାଉଥିବା ବିମାନକୁ ଖସାଇ ‌ତାଙ୍କୁ ଧରି ନେଇଥିଲେ। ସେତେବେଳ‌େ ସେ ଥିଲେ ୱିଙ୍ଗ୍‌ କମାଣ୍ଡର୍‌। ୨୦୧୯ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ବାୟୁସେନା ଆକ୍ରମଣକୁ ପଣ୍ଡ କରିବାରେ ଭୂମିକା ନେଇଥିବା ଅଭିନନ୍ଦନଙ୍କ ‘ୟୁନିଟ୍‌ 51 ସ୍କ୍ୱାଡ୍ରନ୍‌’କୁ ମଧ୍ୟ ‘ୟୁନିଟ୍‌ ସାଇଟେସନ୍‌’ ମିଳିଥିଲା।

ସେହିପରି ଇଞ୍ଜିନିୟରିଂ କୋର୍‌ର ପ୍ରକାଶ ଯାଦବଙ୍କୁ ମରଣୋତ୍ତର ଭାବେ ମିଳିଛି ଶାନ୍ତି ସମୟର ଦ୍ୱିତୀୟ ସର୍ବୋଚ୍ଚ ସାହସିକତା ପୁରସ୍କାର। କୀର୍ତ୍ତି ଚକ୍ର  ସେନାର ଏକ ଅପରେସନ୍ ବେଳେ ଆତଙ୍କବାଦୀଙ୍କୁ ନିପାତ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ପ୍ରକାଶ ଯାଦବ।  ତାଙ୍କ ପତ୍ନୀ ଓ ମା’ ରାଷ୍ଟ୍ରପତିଙ୍କ  ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ସେହିପରି ଆତଙ୍କବାଦ ବିରୋଧରେ ଅପରେସନ୍‌ରେ ସହିଦ ହୋଇଥିବା ମେଜର ବିଭୂତି ଶଙ୍କର ଢ଼ୋଣ୍ଡୟାଲଙ୍କୁ ମଧ୍ୟ ମରଣୋତ୍ତର ଭାବେ ଶୌର୍ଯ୍ୟ ଚକ୍ର ପରସ୍କାରରେ ସମ୍ମାନୀତ କରାଯାଇଛି। ଏହି ଅପରେସନ୍‌ରେ ୫ ଆତଙ୍କବାଦୀ ନିହତ ହୋଇଥିଲେ।

ଅନ୍ୟପଟେ ସହିଦ ନାୟାବ ସୁବେଦାର ସୋମବୀରଙ୍କୁ ମଧ୍ୟ ମରୋଣତ୍ତର ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ଜାମ୍ମୁ କାଶ୍ମୀରରେ ହୋଇଥିବା ଅପରେସନରେ ସେ A ++ ବର୍ଗର ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ରାଷ୍ଟ୍ରପତିଙ୍କ ହାତରୁ ତାଙ୍କ ପତ୍ନୀ ଏବଂ ମା’ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଏହି ଅବସରରେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଥିବା  ଓଡିଆ ପୁଅ ଏୟାର ମାର୍ଶଲ ଦିଲୀପ ପଟ୍ଟନାୟକ ପାଇଛନ୍ତି ଅତି ବିଶିଷ୍ଟ ସେବା ମେଡାଲ। ଏଥିସହ ଆହୁରି ଅନେକ ବୀର ଯବାନ ଓ ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।

The post ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ପୁରସ୍କାର appeared first on Odisha Reporter.



from Odisha Reporter https://ift.tt/3HHUZGA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages