ପାଟନା: ପୁଣି ଫର୍ମକୁ ଫେରିଲେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦ। ସାମ୍ନାକୁ ଆସିଲା ତାଙ୍କର ନୂଆ ରୂପ। ଦବଙ୍ଗ ଅବତାରରେ ନଜର ଆସିଲେ ଲାଲୁ। ଆର୍ଜେଡି ସୁପ୍ରିମୋ ଲାଲୁ ଯାଦବ ତାଙ୍କର ବିଶେଷ ଶୈଳୀ ପାଇଁ ସର୍ବଦା ହେଡଲାଇନରେ ରହିଥା’ନ୍ତି। ବୁଧବାର ସକାଳେ, ଲାଲୁ ପ୍ରସାଦ ଯାଦବ ନିଜ ଶୈଳୀରେ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ସେ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି।
ଲାଲୁ ଯାଦବ ତାଙ୍କ ବାସଭବନରେ ପାର୍କିଂ କରିଥିବା ପୁରୁଣା ଜିପ୍କୁ ନିଜେ ଡ୍ରାଇଭ କରିଛନ୍ତି। କେବେଳ ସେତିକି ନୁହେଁ ଏତେ ବୟସ୍କ ହେବା ସତ୍ତ୍ୱେ ନିଜେ ଡ୍ରାଇଭ କରି ପାଟନାର ରାସ୍ତାରେ ଦବଙ୍ଗ ଷ୍ଟାଇଲରେ ନିଜ ଜିପ୍ରେ ବସି ବୁଲିଛନ୍ତି ଲାଲୁ। ଏହି ସମୟରେ ଲାଲୁ ଯାଦବଙ୍କ ସହ ତାଙ୍କର କିଛି ସହକର୍ମୀ ଏବଂ ସୁରକ୍ଷା କର୍ମୀ ମଧ୍ୟ ତାଙ୍କ ଜିପ୍ରେ ବସିଥିଲେ। ତାଙ୍କର ଏହି ଡ୍ରାଇଭିଂ ଷ୍ଟାଇ୍ଲ ଏବେ ସମସ୍ତଙ୍କୁ ଚକିତ କରିଦେଇଛି।
ସୂଚନା ମୁତାବକ, ଏହି ଆର୍ଜେଡି ନେତା ଚାରା ଦୁର୍ନୀତି ମାମଲାରେ ଦୀର୍ଘ ଦିନ ହେବ ଜେଲ୍ରେ ସଜା କାଟୁଥିଲେ। ନିକଟରେ ସେ ଜେଲ୍ରୁ ମୁକୁଳିଛନ୍ତି। ଜେଲ୍ରୁ ଫେରିବା ପରେ ସେ ପୁଣିଥରେ ରାଜନୀତିରେ ପ୍ରବେଶ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ନିଜ ଦଳକୁ ଜିତାଇବା ପାଇଁ ଜୋରସୋରରେ ପ୍ରଚାର କରିବାରେ ଲାଗିଛନ୍ତି ଲାଲୁ।
The post ଲାଲୁଙ୍କ ଦବଙ୍ଗ ଅବତାର, ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/3nKrhIO
No comments:
Post a Comment