ଆବଶ୍ୟକ ସାମଗ୍ରୀ: ମଟନ, ଟମାଟୋ, ପିଆଜ, ସୋରିଷ, ଜିରା, ରସୁଣ, ଧନିଆ ପତ୍ର, ସୋରିଷ ତେଲ, ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଟନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ ସୋରିଷ, ଜିରା ଓ ରସୁଣକୁ ଏକାଠି ଭଲଭାବେ ବାଟି ଦିଅନ୍ତୁ। ତା’ପରେ ଧୁଆହୋଇ ରହିଥିବା ମଟନରେ ଏହି ମସଲା ସହିତ ମଟନ ମସଲା ଓ ଅଳ୍ପ ତେଲ ପକାଇ ଗୋଳାଇ କିଛି ସମୟ ରଖି ଦିଅନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜକୁ ପକାନ୍ତୁ। ପିଆଜ ଲାଲ ହୋଇଗଲା ପରେ ସେଥିରେ ମସଲାଗୋଳା ମଟନକୁ ପକାନ୍ତୁ। ପରେ ସେଥିରେ କଟା ଟମାଟୋ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ତା’ପରେ ମଟନକୁ କିଛି ସମୟ କଷନ୍ତୁ। ଏବେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ତା’ ପରେ କରେଇକୁ ଘୋଡ଼େଇ ଦିଅନ୍ତୁ। ମଟନ ସିଝି ଯିବା ପରେ କରେଇକୁ ତଳକୁ ଓହ୍ଲାଇ ଆଣନ୍ତୁ। ଏବେ ସେଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ ବେସର।
The post ମଟନ ବେସର appeared first on Odisha Reporter.
from Odisha Reporter https://ift.tt/3HNDX9Y
No comments:
Post a Comment