ମୁହଁ ଲୁଚାଇ ବସିଥିଲେ ହାସନ୍, ବାବର କହିଲେ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ମୁହଁ ଲୁଚାଇ ବସିଥିଲେ ହାସନ୍, ବାବର କହିଲେ..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନର ଅଭିଯାନ ଶେଷ ହୋଇଛି। ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୫ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତ ୫ଟି ଯାକ ମ୍ୟାଚ୍ ଜିତି ସିଧାସଳଖ ସେମିଫାଇନାଲକୁ କ୍ୱାଲିଫାଏ କରିଥିଲା। ସେମିରେ ମଧ୍ୟ ପାକିସ୍ତାନ ସେହି ଧାରା ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ଟିମର ଦ୍ୱିତୀୟଥର ବିଶ୍ୱ ଚାମ୍ପିୟନ୍ ହେବାର ସ୍ୱପ୍ନ ଧୂଳିସାତ୍ ହୋଇଗଲା।

ପାକିସ୍ତାନ ପେସର୍ ବୋଲର ହାସନ୍ ଅଲୀ ୧୯ତମ ଓଭରର ତୃତୀୟ ବଲରେ ମାଥ୍ୟୁ ୱେଡଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ। ଯାହା ଉଭୟ ଟିମ୍ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା। ଏହା ପରେ ମାଥ୍ୟୁ ୱେଡ୍ ଲଗାତର ତିନୋଟି ଛକା ମାରି ପାକିସ୍ତାନ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ। ପାକିସ୍ତାନର ଏହି ପରାଜୟ ପରେ ସମସ୍ତେ ହାସନ୍ ଅଲୀଙ୍କୁ ଦୋଷ ଦେଉଛନ୍ତି। ହାସନଙ୍କ ସେହି କ୍ୟାଚ୍ ଯୋଗୁ ପାକିସ୍ତାନ ହାରିଲା ବୋଲି ଫ୍ୟାନ୍ କହୁଛନ୍ତି। ଏପରିକି ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ମଧ୍ୟ କ୍ୟାଚ୍ ଛାଡ଼ିବାକୁ ଟର୍ଣ୍ଣିଂ ପଏଣ୍ଟ ବୋଲି କହିଛନ୍ତି।

କ୍ୟାଚ୍ ଛାଡ଼ିବାର ଦୁଃଖ ହାସନଙ୍କ ମୁହଁରେ ସ୍ପଷ୍ଟ ବାରି ହେଉଥିଲା। ଏହି କାରଣରୁ ସେ ଡ୍ରେସିଂ ରୁମରେ ହାତରେ ମୁହଁ ଲୁଚାଇ ବସିଥିଲେ। ଆଉ ଏହି ସମୟରେ ପହଞ୍ଚିଗଲେ ବାବର। ବାବର ଡ୍ରେସିଂ ରୁମରେ ଯେଉଁସବୁ କଥା କହିଲେ, ତାହା ସମସ୍ତଙ୍କୁ ଆକୃଷ୍ଟ କରିଛି। ପରାଜୟ ପାଇଁ କାହାକୁ ଦୋଷ ଦେବା ବଦଳରେ ବାବର ଟିମର ଜୋଶ ବଢ଼ାଇବାକୁ ପ୍ରୟାସ କରିଛନ୍ତି। ପରାଜୟରେ ହତାଶ ଖେଳାଳିଙ୍କ ସାହସ ବଢ଼ାଇଥିଲେ ବାବର।

ଡ୍ରେସିଂ ରୁମରେ ବାବର ସାଥୀ ଖେଳାଳିଙ୍କୁ କ’ଣ କହିଲେ, ତାହାର ଭିଡିଓ ପାକିସ୍ତାନ କ୍ରିକେଟ୍ ତା’ର ଟ୍ୱିଟର୍ ହ୍ୟାଣ୍ଡଲରେ ଶେଆର୍ କରିଛି। ବାବର ପ୍ରଥମେ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ଟିମକୁ ପରାଜୟର ଅର୍ଥ ବୁଝାଇଥିଲେ। ବାବର କହିଛନ୍ତି ଯେ ‘ଯାହା ହେଲା ତାହା ହେଲା’। ପରସ୍ପର ସହ ପରାଜୟର କଥା ନଉଠାଇବା ଏବଂ କୌଣସି ଖେଳାଳିଙ୍କ ଉପରକୁ ଅଙ୍ଗୁଳି ନଉଠାଇବା ପାଇଁ ବାବର ପରାମର୍ଶ ଦେଇଛନ୍ତି।

ବାବର ମଧ୍ୟ ଟିକିଏ କଠୋର ହୋଇ କହିଛନ୍ତି, ‘ଯଦି କେହି ପରାଜୟ କଥା ଉଠାଇଥିବା ଶୁଣିବାକୁ ପାଇଲି, ତାହେଲେ ତାଙ୍କ ସହ ମୁଁ ଅଲଗା ଢଙ୍ଗରେ କଥା ହେବି।’ ଏହି ସମୟରେ ଡ୍ରେସିଂ ରୁମରେ ହାସନ୍ ନିରାଶ ହୋଇ ବସିଥିଲେ। ପରାଜୟରେ ସେ ବହୁତ ଦୁଃଖି ଥିବା ଦେଖିବାକୁ ମିଳିଥିଲା।

The post ମୁହଁ ଲୁଚାଇ ବସିଥିଲେ ହାସନ୍, ବାବର କହିଲେ.. appeared first on Odisha Reporter.



from Odisha Reporter https://ift.tt/3Df09af

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages