ଚୋର ଧରି ପାରୁନି ପୁଲିସ୍‌ ; ପ୍ରତିବାଦରେ ଆଜି ଅତାବିରା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ଚୋର ଧରି ପାରୁନି ପୁଲିସ୍‌ ; ପ୍ରତିବାଦରେ ଆଜି ଅତାବିରା ବନ୍ଦ

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିରରୁ ଲକ୍ଷାଧୀକ ଟଙ୍କାର ମୂଲ୍ୟବାନ ଅଳଙ୍କାର ଚୋରି ହେବା ଘଟଣାକୁ ଦୁଇ ମାସ ଅତିକ୍ରମ ହୋଇ ସାରିଲାଣି। ହେଲେ ଏ ଯାଏ ପୁଲିସ୍‌ ହାତ ଖାଲି। ଅଭିଯୁକ୍ତ କିଏ ଟେର ପାଉନି ପୁଲିସ୍‌। ଏହା ପ୍ରତିବାଦରେ ଆଜି ୬ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦେଇଛି ଦୁର୍ଗା ମନ୍ଦିର କମିଟି ।

ଆଜି ସକାଳ ୬ ଟାରୁ ଅତାବିରା ଦୁର୍ଗା ମନ୍ଦିର କମିଟି ପକ୍ଷରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଅତାବିରାର ସମସ୍ତ ଦୋକାନ, ବଜାର ଏବଂ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି ।

ଦୁର୍ଗା ମନ୍ଦିରରୁ ଚୋରି ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଅତାବିରା ପୋଲିସ୍ ଷ୍ଟେସନ୍ ସମ୍ମୁଖରେ ଆଜି ସକାଳ ୧୦ ଟାରୁ ଧାରଣା ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୯ ତାରିଖ ରାତିରେ ଅତବିରା ପୋଲିସ ଷ୍ଟେସନ ସମ୍ବୁଖରେ ଥିବା ଦୁର୍ଗା ମନ୍ଦିରରୁ ମା’ଙ୍କ ବହୁମୂଲ୍ୟ ଅଳଙ୍କାର ଚୋରି ହୋଇ ଯାଇଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି । ଯାହାକୁ ନେଇ ଜନ ସାଧରଣଙ୍କ ପୁଲିସ୍‌ ଉପରେ ଭରସା ତୁଟିବାରେ ଲାଗିଛି।

The post ଚୋର ଧରି ପାରୁନି ପୁଲିସ୍‌ ; ପ୍ରତିବାଦରେ ଆଜି ଅତାବିରା ବନ୍ଦ appeared first on Odisha Reporter.



from Odisha Reporter https://ift.tt/3kgAiaE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages